କନକ ବ୍ୟୁରୋ : କେନ୍ଦରା ବଜାଇ ନିଆର ଢଙ୍ଗରେ ପ୍ରଚାର କରୁୁଛନ୍ତି ସ୍ୱାଧୀନ ପ୍ରାର୍ଥୀ । ସାଙ୍ଗରେ ଯୋଗୀମାନଙ୍କୁ ଧରି କେନ୍ଦରା ବଜାଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଜଗତସିଂହପୁର ଜିଲ୍ଲା ନୂଆଗଡ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

Advertisment

ସ୍ୱାଧୀନ ପ୍ରାର୍ଥୀ ଦେବେନ୍ଦ୍ର ରାଉତଙ୍କ ଏହି ନିଆରା ପ୍ରଚାର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ହାତରେ ସୂର୍ଯ୍ୟ ଚିହ୍ନର ପ୍ଲାକାର୍ଡ ଧରି ଗୀତ ବୋଲି ଭୋଟ ମାଗୁଛନ୍ତି । ପୁଣି କେଉଁଠି ମହିଳାମାନେ ହୁଳହୁଳି ଦେଇ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ନିବେଦନ କରୁଛନ୍ତି ।

ଏପଟେ, ପ୍ରାର୍ଥୀଙ୍କ ଖୋଲା ବହି ଚିହ୍ନ ମିଳିଥିବାରୁ ଭୋଟରଙ୍କୁ ଶ୍ରୀମଦ ଭଗବତ ଗୀତା ବହି ବାଣ୍ଟି କରୁଛନ୍ତି । ଏଭଳି ନିଆରା ପ୍ରଚାର ଦେଖିବାକୁ ମିଳିଛି, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ପାରିନୂଆପଡା-ବଳଗଣ୍ଡି ପଞ୍ଚାୟତରେ । ସରପଞ୍ଚ ପ୍ରାର୍ଥୀ ମଞ୍ଜୁଲତା ରାଉତଙ୍କୁ ନିର୍ବାଚନୀ ଚିହ୍ନ ଖୋଲା ବହି ମିଳିଛି । ତେଣୁ ସେପ୍ରଚାର ପାଇଁ ଘରକୁ ଘର ବୁଲିଲା ବେଳେ ଶ୍ରୀମଦ ଭଗବତ ଗୀତା ଭେଟି ଭୋଟ ଦେବାକୁ ନିବେଦନ କରୁଛନ୍ତି ।

ପଞ୍ଚାୟତର ବିକାଶ ସହ ଲୋକଙ୍କ ସମସ୍ୟା ଦୂର କରିବାକୁ ମଧ୍ୟ ସରପଞ୍ଚ ପ୍ରାର୍ଥୀ ମଞ୍ଜୁଲତା ରାଉତ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି । ତାଙ୍କ ସହ ସମିତି ସଭ୍ୟ ପ୍ରାର୍ଥୀ ମିନତି ରାଉତ ମଧ୍ୟ ପ୍ରଚାର କରି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ।