କନକ ବ୍ୟୁରୋ : ପ୍ରଚାର ମୈଦାନରେ ହେଭିୱେଟ ନେତା । କନ୍ଧମାଳରେ ପ୍ରଚାର କରିଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ ଓ ବିଜେପିର ଖାରବେଳ ସ୍ୱାଇଁ । କନ୍ଧମାଳ ଜିଲ୍ଲା ର ୧୮ ଟି ଜିଲ୍ଲାପରିଷଦ ଆସନ ହାତେଇବା ପାଇଁ ପ୍ରଚାର ମଇଦାନ ରେ ରାଜ୍ୟର ପ୍ରମୁଖ ହେଭିୱେଟ । ବିଜେଡି ପାଇଁ ପ୍ରଚାର କରିଛନ୍ତି ଅଚ୍ୟୁତ ସାମନ୍ତ ।

Advertisment

ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିଛନ୍ତି । ବିଜେପିର ମଙ୍ଗ ଧରିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ନେଇ ସେ ଭୋଟରଙ୍କ ପାଖକୁ ଯାଉଛନ୍ତି । ସେହିପରି କଂଗ୍ରେସ ର ମଙ୍ଗ ଧରିଛନ୍ତି କନ୍ଧମାଳ ଜିଲ୍ଲା ପ୍ରଭାରୀ ଭିଷ୍ମ ମହାପାତ୍ର । ୩ ଦଳର ହେଭିୱେଟ ନେତା ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।

ମାଲକାନଗିରି ଜିଲ୍ଲାରେ ଗଡ଼ ସଜାଡିବାକୁ ଉଦ୍ୟମ କରୁଛି ଶାସକ ଦଳ । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରଚାର କରିଛନ୍ତି । ଏହା ସହ ଚନ୍ଦ୍ର ସାରଥୀ ବେହେରା ପ୍ରମୁଖ ମାଲକାନଗିରି ଜିଲ୍ଲାରେ ପ୍ରଚାରର ମଙ୍ଗ ଧରିଛନ୍ତି । ମାଲକାନଗିରି ଜିଲ୍ଲାରେ ଗତ ପଂଚାୟତ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ବିଜେଡି । ତେଣୁ ଦଳ ଏଥର ଜିଲ୍ଲା ପରିଷଦ ଗଠନ କରିବାକୁ ଦଳର ତୁଙ୍ଗ ନେତାମାନେ ମାଲକାନଗିରି ଜିଲ୍ଲା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ।

ପଂଚାୟତ ନିର୍ବାଚନ ପାଇଁ ଗାଁରେ ଗାଁରେ ଜମୁଛି ପ୍ରଚାର । ପ୍ରଚାର ପାଇଁ ବିଭିନ୍ନ ଫର୍ମୁଲା ଆପଣାଉଛନ୍ତି ପ୍ରାର୍ଥୀ । ପ୍ରଚାର ଜୋରସୋରରେ ଚାଲିଛି ପ୍ରଚାର । ପୋଲିସରାରେ ସିନେ ତାରକା ପ୍ରଚାରରେ ସାମିଲ ହୋଇଛନ୍ତି । ତମନ୍ନା, ପୁନମ ଓ ଦେବାଶିଷ ପାତ୍ରଙ୍କୁ ନେଇ ପୋଲସରାରେ ରୋଡ ସୋ କରିଛନ୍ତି ସ୍ଥାନୀୟ ବିଧାୟକ ।