କନକ ବ୍ୟୁରୋ : କୋରାପୁଟ ଲକ୍ଷ୍ମୀପୁରରେ ଚାଲିଛି ଜୋରଦାର ନିର୍ବାଚନ ପ୍ରଚାର । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ନିଜ ନିଜର ଶକ୍ତି ପଦର୍ଶନ କରିଛନ୍ତି । କଂଗ୍ରେସ ତରଫରୁ ଜୟପୁର ବିଧାୟକ ତାରା ବାହୀନୀପତି ଲକ୍ଷ୍ମୀପୁର କାକିରିଗୁମା ଠାରେ ରୋଡ ସୋ କରିଛନ୍ତି । ତାରା ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କୁ ତାତ୍ସଲ୍ୟ କରି ଭାଷଣ ଦେବା ସହ ରାଜ୍ୟ ସରକାରଙ୍କ ଯୋଜନା ଆଦିବାସୀ ଅଂଚଳରେ ଫଳପ୍ରଦ ହେଉନାହିଁ ବୋଲି କହିଛନ୍ତି ।
ସେହିପରି ବିଜେଡି ପକ୍ଷରୁ କୁଲେସିକା ଶତାଧିକ କର୍ମୀଙ୍କ ସହ ବିରାଟ ପଟୁଆରାରେ ବାହାରି ଭୋଟ ଭିକ୍ଷା କରିଛନ୍ତି । ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ ମଧ୍ୟ ପ୍ରଚାରରେ ଯୋଗ ଦେଇଛନ୍ତି । ବିଜେପି ପକ୍ଷରୁ ସେପରି କେହି ଷ୍ଟାର ପ୍ରଚାରକ ଆସିନଥିବା ବେଳେ ଜିଲ୍ଲଶ ସଭାପତି ସୁମନ୍ତ ପ୍ରଧାନ, ବିଜେପି ନେତା ଗୌତମ ସାମନ୍ତରାୟ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି ।