କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସନ୍ଧ୍ୟା ୭ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୩ଟି ଜୋନରୁ ବିଜେଡି ୫୫୫ଟି ଜୋନରେ ଆଗୁଆ ରହିଛି, ବିଜେପି ୨୯ ଏବଂ କଂଗ୍ରେସ ୨୯ ଜୋନରେ ଆଗୁଆ ରହିଛି । ସେହିପରି ୭ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।
ସେହିପରି ଏଥର ବିଜେପି ଓ କଂଗ୍ରେସ ବିଜେଡିଠୁ ବହୁ ପଛରେ ରହିଛନ୍ତି । ବିଜେପି ୧୫ ଓ କଂଗ୍ରେସ ୨୦ ଜିଲ୍ଲାରେ ଖାତା ଖୋଲିପାରିନି । ଏହି ସବୁ ଜିଲ୍ଲାରେ ବିଜେଡି କ୍ଲିନ ସୁଇପ ମୁହାଁ ହେଉଛି ବିଜେଡି । ତେବେ ଯଦି ଏଭଳି ଟ୍ରେଣ୍ଡ ଜାରି ରହିଥିବ ତାହେଲେ ଏଥର ବିଜେଡି ଏକ ବଡ ବିଜୟ ହାସଲ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/3-49.jpg)