ଜନମଞ୍ଚରେ ପ୍ରାର୍ଥୀଙ୍କ ପରୀକ୍ଷା : ଭୋଟରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଲେ ଜଣେ ସରପଞ୍ଚଙ୍କ ସମେତ ୫ ସମିତିସଭ୍ୟ ପ୍ରାର୍ଥୀ

Advertisment
ଜନମଞ୍ଚରେ ପ୍ରାର୍ଥୀଙ୍କ ପରୀକ୍ଷା : ଭୋଟରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଲେ ଜଣେ ସରପଞ୍ଚଙ୍କ ସମେତ ୫ ସମିତିସଭ୍ୟ ପ୍ରାର୍ଥୀ

କନକ ବ୍ୟୁରୋ : ଜନମଞ୍ଚରେ ପରୀକ୍ଷା ଦେଲେ ପ୍ରାର୍ଥୀ । ପ୍ରଶ୍ନ କଲେ ଭୋଟର, ଉତ୍ତର ଦେଲେ ପ୍ରାର୍ଥୀ । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଏହି ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବରୁ କୁତ୍ରା ବ୍ଲକ ମାଲୁପଡ଼ା ଗାଁରେ ସରପଂଚ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଥିବା ଖବର ଆସିଥିବା ବେଳେ ଏବେ ହେମଗିର ବ୍ଲକ ମୁଣ୍ଡେରକ୍ଷେତ ପଂଚାୟତରୁ ଏପରି ଖବର ସାମ୍ନାକୁ ଆସିଛି । ପଂଚାୟତର ଓଁ ଶିବାୟ କ୍ଲବ ପକ୍ଷରୁ ଜନମଂଚର ଆୟୋଜନ କରାଯାଇଥିଲା । ଜଣେ ସରପଞ୍ଚ ଓ ୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ଭୋଟରଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇଛନ୍ତି ।

ପ୍ରଶ୍ନ ଭିତରେ ଥିଲା ସମିତି ସଭ୍ୟର କାମ କ’ଣ ? ସମିତି ସଭ୍ୟ ଭାବେ ଜିତିଲେ ୫ ବର୍ଷ ପଂଚାୟତ ପାଇଁ କ’ଣ କରିବେ ? ଆଦର୍ଶ ପଂଚାୟତର ରୂପରେଖ କ’ଣ ? କେଉଁଥିପାଇଁ ଆପଣ ଏହି ପଦବିରେଛିଡ଼ା ହେଲେ ? ଗତ ସରପଂଚ ଓ ସମିତି ସଭ୍ୟଙ୍କ କାର୍ଯ୍ୟକଳାପ ସଂପର୍କରେ କୁହନ୍ତୁ ? ପଂଚାୟତ ସରକାରଙ୍କ ଉନ୍ନତିମୂଳକ ଯୋଜନାର ଲାଭ ପାଉଛି କି ? ପ୍ରାର୍ଥୀମାନେ ଏସବୁ ପ୍ରଶ୍ନର ଉତର ଲେଖିଥିଲେ । ଏହି ଉତ୍ତରକୁ ସମସ୍ତଙ୍କ ଆଗରେ ପାଠ କରାଯାଇଥିଲା । ଉତର ଖାତାର କପି ଚାହିଁଲେ ଯେକେହି ଯେପରି ନେଇପାରିବେ ତାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe