କନକ ବ୍ୟୁରୋ : ମଝି ଚିଲିକାରେ ନିର୍ବାଚନୀ ପ୍ରଚାର । ଡଙ୍ଗାରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଅଭିନୟ ଉପାୟରେ ବିଭିନ୍ନ ଦଳର ପ୍ରାର୍ଥୀ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ମଧ୍ୟ ସରଗରମ ହୋଇଛି ପ୍ରଚାର ।
୯ ନମ୍ବର ଜୋନର ଜିଲ୍ଲା ପରିଷଦ ସ୍ୱାଧୀନ ପ୍ରାର୍ଥୀ ତଥା ଅଧ୍ୟାପକ ଭକ୍ତି ରଂଜନ ପଲେଇ ଚିଲିକା ମଝିରେ ଡଙ୍ଗାରେ ଯାଇ ପ୍ରଚାର କରିଛନ୍ତି । ଏଥିରେ ବହୁ ଯୁବ ଗୋଷ୍ଠୀ ମଧ୍ୟ ସାମିଲ ହୋଇଥିଲେ । ନିର୍ବାଚନ ଜିତିଲେ ଚିଲିକା ସାତପଡା-ଜହ୍ନିକୁଦାରେ ଦୀର୍ଘ ୫ କିଲୋମିଟର ସ୍ଥାୟୀ ସେତୁ ନିର୍ମାଣ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।