କନକ ବ୍ୟୁରୋ: ଆସିବାରେ ଲାଗିଛି ଟ୍ରେଣ୍ଡ୍ ପରେ ଟ୍ରେଣ୍ଡ, ଚର୍ଚ୍ଚିତ ଆସନ କୋଟିଆରେ ଚାଲିଛି କଡା ଟକ୍କର । ସନ୍ଧ୍ୟା ୫ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ ମୁତାବକ, ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କୁ ପଛରେ ପକାଇ ୧,୮୯୧ ଭୋଟରେ ଆଗୁଆ ରହିଛନ୍ତି ସ୍ୱାଧିନ ପ୍ରାର୍ଥୀ ଟିକାଇ ଗେମେଲ । ତେବେ ଦୁଇ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ପ୍ରାରମ୍ଭିକ ରାଉଣ୍ଡରୁ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଆଗୁଆ ରହିଥିଲେ, କିନ୍ତୁ ଏବେ ସୁଦ୍ଧା ଆସିଥିବା ଟ୍ରେଣ୍ଡ କହୁଛି ସ୍ୱାଧିନ ପ୍ରର୍ଥୀ ଟିକାଇ ଗେମେଲ ବହୁ ଆଗରେ ରହିଛନ୍ତି । ଅଷ୍ଟମ ରାଉଣ୍ଡ ସୁଦ୍ଧା ଟିକାଇ ଗେମେଲଙ୍କୁ ୪ ହଜାର ୩୨୪ ଭୋଟ୍ ମିଳିଥିବାବେଳେ ସର୍ବଦଳୀୟ ନେତା ମମତା ଜାନିଙ୍କୁ ୨ ହଜାର ୪୩୩ ଭୋଟ୍ ମିଳିଛି ।

Advertisment

ସବୁଠାରୁ ବଡ଼ କଥା ହେଲା କି, କୋଟିଆରେ ଆନ୍ଧ୍ରକୁ ଚେକ୍ ଦେବାକୁ ମମତା ଜାନିଙ୍କୁ ସର୍ବଦଳୀୟ ପ୍ରାର୍ଥୀ କରିଥିଲେ ରାଜନୈତିକ ଦଳ । କିନ୍ତୁ ଅଷ୍ଟମ ରାଉଣ୍ଡ ଶେଷ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଥିବା ନେଇ ସଂକେତ ଦେଇଛନ୍ତି କୋଟିଆବାସୀ ।

ତେବେ ପଲିଟିକ୍ସ ପୋଖରୀରେ କୋଟିଆକୁ ଛୋଟିଆ ମାଛ ଭାବୁଥିବା ଦଳଙ୍କୁ ବଡ଼ ସଙ୍କେତ ଦେବେ କି କୋଟିଆ ଭୋଟର? ଭୋଟ୍ ଆସିଲେ କୋଟିଆ ପାଇଁ ଭୋ ଭୋ କାନ୍ଦୁଥିବା ନେତାଙ୍କୁ ଏକ ଶିକ୍ଷା ଦେବେନି ତ ଭୋଟର? ଏସବୁ ପ୍ରଶ୍ନ ଏବେ ସ୍ୱାଧୀନ ପ୍ରାର୍ଥୀଙ୍କ ଆଗେଇ ଚାଲିଥିବା ବେଳେ ସାମ୍ନାକୁ ଆସୁଛି । ଗେ