କନକ ବ୍ୟୁରୋ: ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ୍, ଚର୍ଚ୍ଚିତ ଆସନ କୋଟିଆରେ ଚାଲିଛି କଡା ଟକ୍କର । ଦିନ ୧ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ ମୁତାବକ, ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କୁ ପଛରେ ପକାଇ ୧୩୨୮ ଭୋଟରେ ଆଗୁଆ ରହିଛନ୍ତି ସ୍ୱାଧିନ ପ୍ରାର୍ଥୀ ଟିକାଇ ଗେମେଲ । ତେବେ ଦୁଇ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ପ୍ରାରମ୍ଭିକ ରାଉଣ୍ଡରୁ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଆଗୁଆ ରହିଥିଲେ, କିନ୍ତୁ ଏବେ ସୁଦ୍ଧା ଆସିଥିବା ଟ୍ରେଣ୍ଡ କହୁଛି ସ୍ୱାଧିନ ପ୍ରର୍ଥୀ ଟିକାଇ ଗେମେଲ ବହୁ ଆଗରେ ରହିଛନ୍ତି ।
ପଞ୍ଚାୟତ ଫଇସଲା : ପ୍ରାରମ୍ଭିକ ଟ୍ରେଣ୍ଡରେ କୋଟିଆର ସ୍ୱାଧୀନ ପ୍ରାର୍ଥୀ ଆଗୁଆ । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ୧୩୨୮ ଭୋଟରେ ଆଗୁଆ । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କୁ ୧୭୯୬ ଭୋଟ, ଟିକାଇ ଗେମେଲଙ୍କୁ ମିଳିଛି ୩୧୨୪ ଭୋଟ । #ElectionsWithKanakNews#PanchayatResults#Odisha#KanakNewspic.twitter.com/M0SuFM9rkK
— Kanak News (@kanak_news) February 26, 2022
ତେବେ ପଲିଟିକ୍ସ ପୋଖରୀରେ କୋଟିଆକୁ ଛୋଟିଆ ମାଛ ଭାବୁଥିବା ଦଳଙ୍କୁ ବଡ଼ ସଙ୍କେତ ଦେବେ କି କୋଟିଆ ଭୋଟର? ଭୋଟ୍ ଆସିଲେ କୋଟିଆ ପାଇଁ ଭୋ ଭୋ କାନ୍ଦୁଥିବା ନେତାଙ୍କୁ ଏକ ଶିକ୍ଷା ଦେବେନି ତ ଭୋଟର? ଏସବୁ ପ୍ରଶ୍ନ ଏବେ ସ୍ୱାଧୀନ ପ୍ରାର୍ଥୀଙ୍କ ଆଗେଇ ଚାଲିଥିବା ବେଳେ ସାମ୍ନାକୁ ଆସୁଛି ।