କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ଦିନ ୧ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୫୩୨ଟି ଜୋନରେ ଆଗୁଆ ରହିଛି, ବିଜେପି ୩୬ ଏବଂ କଂଗ୍ରେସ ୩୧ ଜୋନରେ ଆଗୁଆ ରହିଛି । ସେହିପରି ୯ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।
#ପଞ୍ଚାୟତ_ଫଇସଲା#ଟ୍ରେଣ୍ଡ_ଏବେଏେବେ...
ଗଣତି ଚାଲିଛି, ଟ୍ରେଣ୍ଡ ଆସୁଛି । ୨ୟ ଦିନର ଗଣତି ସୁଦ୍ଧା ବିଜେଡି ରହିଛି ବହୁ ଆଗରେ । ନଜର ପକାନ୍ତୁ କାହାକୁ ମିଳିଛି କେତେ ସଂଖ୍ୟା ?#ElectionsWithKanakNews#PanchayatResults#PanchayatCounting#Odisha#KanakNewspic.twitter.com/jra5I0uAQf— Kanak News (@kanak_news) February 27, 2022
ଅନ୍ୟପଟେ ଏଯାବତ୍ ୩୦୦ ଜିଲ୍ଲାପରିଷଦ ଜୋନର ଫଳାଫଳ ଆସି ସାରିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଆସିଥିବା ତଥ୍ୟ ମୁତାବକ, ବିଜେଡି ୨୬୮ ଜୋନରେ ବିଜୟୀ ହୋଇଥିବାବେଳେ ୧୪ଟି ଜୋନରେ ବିଜେପି ଓ ୧୪ଟି ଜୋନରେ କଂଗ୍ରେସ ବାଜିମାତ୍ କରିଛନ୍ତି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ପ୍ରାରମ୍ଭିକ ଟ୍ରେଣ୍ଡ୍ ବିଜେଡି ଶିବିରରେ ଖୁସି ଭରିଥିବାବେଳେ ବିରୋଧୀଙ୍କ ଶିବିରରେ ଆଜି ବି ନିରାଶା ଖେଳିଯାଇଛି ।