ପଞ୍ଚାୟତ ଫଇସଲା: ଆସୁଛି ପ୍ରଥମ ଦିନ ଗଣତିର ଫଳାଫଳ, ୩୧୫ ଜୋନରୁ ୩୦୦ ଜୋନର ଫଳାଫଳ ପ୍ରକାଶ କଲେ ଏସଇସି... ପଢ଼ନ୍ତୁ

Advertisment
ପଞ୍ଚାୟତ ଫଇସଲା: ଦ୍ୱିତୀୟ ଦିନର ଗଣତି ଜାରି, ଦିନ ୧ଟା ୫୦ ସୁଦ୍ଧା କିଏ ଆଗରେ କିଏ ପଛରେ ପଢ଼ନ୍ତୁ...

କନକ ବ୍ୟୁରୋ: ପଞ୍ଚାୟତ ଫଇସଲା ଧିରେ ଧିରେ ଆସୁଛି ପ୍ରଥମ ଦିନ ଗଣତିର ଫଳାଫଳା । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଦିନ ଗଣତିରେ ୩୧୫ ଜୋନରୁ ୩୦୦ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ଦିନ ୧୧ଟା ୧୦ ସୁଦ୍ଧା ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୮ ଜୋନରେ ବିଜେଡି ବିଜୟ ହୋଇଛି । ୧୪ଟି ଜୋନରେ କଂଗ୍ରେସ ଓ ୧୪ଟିରେ ବିଜେପି ବାଜିମାତ୍ କରିଛି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି ।

ଅନ୍ୟପଟେ ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ । ଆଉ ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲାପରିଷଦ ଜୋନର ହେବ ଭୋଟ ଗଣତି । ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଦ୍ୱିତୀୟ ଦିନର ଗଣତି ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe