ପଞ୍ଚାୟତ ଫଇସଲା: ପ୍ରାରମ୍ଭିକ ଟ୍ରେଣ୍ଡ୍ କହୁଛି ପଶ୍ଚିମ ଓଡ଼ିଶାରେ ପଛରେ ‘ପଦ୍ମ’!

Advertisment
ପଞ୍ଚାୟତ ଫଇସଲା: ପ୍ରାରମ୍ଭିକ ଟ୍ରେଣ୍ଡ୍ କହୁଛି ପଶ୍ଚିମ ଓଡ଼ିଶାରେ ପଛରେ ‘ପଦ୍ମ’!

କନକ ବ୍ୟୁରୋ: ପ୍ରାରମ୍ଭିକ ଟ୍ରେଣ୍ଡରେ ବଦଳୁଛି ରାଜନୀତି, ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ଦିନ ୧୨ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ କହୁଛି ପଶ୍ମିମ ଓଡ଼ିଶାରେ ପଛରେ ପଡ଼ିଛି ‘ପଦ୍ମ’ । ଚାରିଆଡ଼େ ଶୁଭୁଛି ‘ଶଙ୍ଖ’ । ‘ହାତ’କୁ ଉଠାଇ ଖାତା ଖୋଲିପାରିନି କଂଗ୍ରେସ । ତେବେ ସଦ୍ୟ ଟ୍ରେଣ୍ଡ ମୁତାବକ, ସୁନ୍ଦରଗଡରେ ବିଜେଡି ୯ଟି ଜୋନ୍, ବିଜେପି ୧ ଏବଂ କଂଗ୍ରେସ ଖାତା ଖୋଲିପାରିନି । ସେହିଭଳି ଝାରସୁଗୁଡାରେ ବିଜେଡି ୫ଟି ଜୋନରେ ଆଗେଇ ଚାଲିଥିବାବେଳେ ବିଜେପି ଓ କଂଗ୍ରେସ ଏବେ ବି ଖାତା ଖୋଲିବା ଆପେକ୍ଷାରେ ।

ସେପଟେ ସମ୍ବଲପୁରରେ ବିଜେଡି ୬, ବିଜେପି ୨ ଏବଂ କଂଗ୍ରେସ ଖାତା ଖୋଲିପାରି ନଥିବା ଦେଖିବାକୁ ମିଳିଛି । କଳାହାଣ୍ଡିରେ ବିଜେଡି ୯ଟି ଜୋନରେ ଆଗୁଆ ଥିବାବେଳେ ବିଜେପି ୪ଟି ଏବଂ କଂଗ୍ରେସ ଖାତା ଖୋଲିବା ଅପେକ୍ଷାରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe