କନକ ବ୍ୟୁରୋ: ପ୍ରାରମ୍ଭିକ ଟ୍ରେଣ୍ଡରେ ବଦଳୁଛି ରାଜନୀତି, ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ଦିନ ୧୨ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ କହୁଛି ପଶ୍ମିମ ଓଡ଼ିଶାରେ ପଛରେ ପଡ଼ିଛି ‘ପଦ୍ମ’ । ଚାରିଆଡ଼େ ଶୁଭୁଛି ‘ଶଙ୍ଖ’ । ‘ହାତ’କୁ ଉଠାଇ ଖାତା ଖୋଲିପାରିନି କଂଗ୍ରେସ । ତେବେ ସଦ୍ୟ ଟ୍ରେଣ୍ଡ ମୁତାବକ, ସୁନ୍ଦରଗଡରେ ବିଜେଡି ୯ଟି ଜୋନ୍, ବିଜେପି ୧ ଏବଂ କଂଗ୍ରେସ ଖାତା ଖୋଲିପାରିନି । ସେହିଭଳି ଝାରସୁଗୁଡାରେ ବିଜେଡି ୫ଟି ଜୋନରେ ଆଗେଇ ଚାଲିଥିବାବେଳେ ବିଜେପି ଓ କଂଗ୍ରେସ ଏବେ ବି ଖାତା ଖୋଲିବା ଆପେକ୍ଷାରେ ।
ପଞ୍ଚାୟତ ଫଇସଲା : ପ୍ରାରମ୍ଭିକ ଟ୍ରେଣ୍ଡରେ ସୁନ୍ଦରଗଡରେ ବିଜେଡି ଯଥେଷ୍ଟ ଆଗରେ ।ଏଯାବତ୍ କଂଗ୍ରେସ ଓ ବିଜେପି ଠାରୁ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ଅନ୍ୟାନ୍ୟ ପ୍ରାର୍ଥୀ ।ବିଜେପି ମାତ୍ର ଗୋଟିଏ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ସବୁ ଆସନରେ ଏବେ ବି ପଛୁଆ ରହିଛି ।#ElectionsWithKanakNews#PanchayatResults#Odisha#KanakNewspic.twitter.com/5vssRRC5XJ
— Kanak News (@kanak_news) February 26, 2022
ସେପଟେ ସମ୍ବଲପୁରରେ ବିଜେଡି ୬, ବିଜେପି ୨ ଏବଂ କଂଗ୍ରେସ ଖାତା ଖୋଲିପାରି ନଥିବା ଦେଖିବାକୁ ମିଳିଛି । କଳାହାଣ୍ଡିରେ ବିଜେଡି ୯ଟି ଜୋନରେ ଆଗୁଆ ଥିବାବେଳେ ବିଜେପି ୪ଟି ଏବଂ କଂଗ୍ରେସ ଖାତା ଖୋଲିବା ଅପେକ୍ଷାରେ ରହିଛି ।