ପଞ୍ଚାୟତ ଫଇସଲା: ଦ୍ୱିତୀୟ ଦିନର ଗଣତି ଜାରି, ଦିନ ୧୨ଟା ସୁଦ୍ଧା କିଏ ଆଗରେ କିଏ ପଛରେ ପଢ଼ନ୍ତୁ...

Advertisment
ପଞ୍ଚାୟତ ଫଇସଲା: ଦିନ ୧୨ଟା ୫୦ ସୁଦ୍ଧା ଟ୍ରେଣ୍ଡ୍, ବିରୋଧୀଙ୍କୁ ପଛରେ ପକାଇ ଟ୍ରେଣ୍ଡରେ ଆଗରେ ବିଜେଡି । 

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ଦିନ ୧୨ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୨୦ଟି ଜୋନରେ ଆଗୁଆ ରହିଛି, ବିଜେପି ୨୧ ଏବଂ କଂଗ୍ରେସ ୧ ଜୋନରେ ଆଗୁଆ ରହିଥିବାବେଳେ ସ୍ୱାଧିନ ପ୍ରାର୍ଥୀ ୧୪ଟି ଜୋନରେ ଆଗୁଆ ରହିଛନ୍ତି । ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଗଣତି ।

ଅନ୍ୟପଟେ ଏଯାବତ୍ ୩୦୦ ଜିଲ୍ଲାପରିଷଦ ଜୋନର ଫଳାଫଳ ଆସି ସାରିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଆସିଥିବା ତଥ୍ୟ ମୁତାବକ, ବିଜେଡି ୨୬୮ ଜୋନରେ ବିଜୟୀ ହୋଇଥିବାବେଳେ ୧୪ଟି ଜୋନରେ ବିଜେପି ଓ ୧୪ଟି ଜୋନରେ କଂଗ୍ରେସ ବାଜିମାତ୍ କରିଛନ୍ତି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ପ୍ରାରମ୍ଭିକ ଟ୍ରେଣ୍ଡ୍ ବିଜେଡି ଶିବିରରେ ଖୁସି ଭରିଥିବାବେଳେ ବିରୋଧୀଙ୍କ ଶିବିରରେ ଆଜି ବି ନିରାଶା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe