କନକ ବ୍ୟୁରୋ: ପଞ୍ଚାୟତ ଫଇସଲା ଚାଲିଛି ଦ୍ୱିତୀୟ ଦିନର ଭୋଟ୍ ଗଣତି । ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୧୫୯ଟି ଜୋନରେ ଆଗୁଆ, ବିଜେପି ୨୬ ଏବଂ କଂଗ୍ରେସ ୫ଟି ଜୋନରେ ଆଗୁଆ ରହିଛନ୍ତି । ତେବେ ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଗଣତି ।

Advertisment

ଅନ୍ୟପଟେ ଏଯାବତ୍ ୩୦୦ ଜିଲ୍ଲାପରିଷଦ ଜୋନର ଫଳାଫଳ ଆସି ସାରିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଆସିଥିବା ତଥ୍ୟ ମୁତାବକ, ବିଜେଡି ୨୬୮ ଜୋନରେ ବିଜୟୀ ହୋଇଥିବାବେଳେ ୧୪ଟି ଜୋନରେ ବିଜେପି ଓ ୧୪ଟି ଜୋନରେ କଂଗ୍ରେସ ବାଜିମାତ୍ କରିଛନ୍ତି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି ।

ଦ୍ୱିତୀୟ ଦିନର ପ୍ରାରମ୍ଭିକ ଟ୍ରେଣ୍ଡ୍ ବିଜେଡି ଶିବିରରେ ଖୁସି ଭରିଥିବାବେଳେ ଆଗକୁ ଆହୁରି ଟ୍ରେଣ୍ଡ୍ ଆସିବ । ତେଣୁ ବିରୋଧୀ ବିଜେପି ଓ କଂଗ୍ରେସ ଉଭୟ ଏ ଟ୍ରେଣ୍ଡକୁ ଏତେ ଗୁରୁତ୍ୱ ଦେଉଥିବା ଦମ୍ଭୋକ୍ତି ବାଢୁଛନ୍ତି ।