ପଞ୍ଚାୟତ ଫଇସଲା: ଟ୍ରେଣ୍ଡ ଦେଉଛି ‘ପଦ୍ମ’କୁ ଟେନସନ୍, ରାତି ୯ଟା ୨୦ ସୁଦ୍ଧା ଟ୍ରେଣ୍ଡରେ ଆଗରେ ବିଜେଡି ।

213

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ରାତି ୯ଟା ୨୦ସୁଦ୍ଧା ବିଜେଡି ୨୭୮ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୧୭ ଏବଂ କଂଗ୍ରେସ ୧୫ଟି ଜୋନରେ ଆଗେଇ ଚାଲିଛି । ଅନ୍ୟପଟେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି । ତେବେ ଯେଉଁ ଯେଉଁ ଆସନରେ ୨୦୧୭ରେ ବିଜେପି ବା କଂଗ୍ରେସ ବାଜିମାତ୍ କରିଥିଲେ ସେଠାରେ ରାତି ୯ଟା ୨୦ ସୁଦ୍ଧା ଆସୁଥିବା ଟ୍ରେଣ୍ଡ ହିସାବରେ ପଛରେ ପଡ଼ି ଯାଇଛନ୍ତି ଉଭୟ ଦଳ ।

ତେବେ ସେ ଯାହା ବି ହେଉ, ସଦ୍ୟତମ ଟ୍ରେଣ୍ଡ ଶଙ୍ଖ ଶିବିରରେ ଖୁସି ଆଣିଦେଇଛି । କିନ୍ତୁ ରାଜନୀତି ପଣ୍ଡିତଙ୍କ ଆକଳନ ଯେ, ଆଗକୁ ଆହୁରି ରାଉଣ୍ଡ ବାକି ଅଛି ତେଣୁ ରାଜନୀତିର ପଶାପାଲି ଭିତରେ କିଛି ବି ହୋଇପାରେ । ଏବେ ଯିଏ ଆଗରେ ସିଏ ପଛରେ ବି ପଡ଼ିପାରେ ଆଉ ଯିଏ ପଛରେ ସିଏ କେତେବେଳେ ବି ଚେକ୍ ଦେଇପାରେ । ତେଣୁ ଅନ୍ତିମ ନିର୍ଣ୍ଣୟାକ ଫଳାଫଳ ନଆସିବା ପୂର୍ବରୁ କାହାର ବାଜିମାତ୍ ହେବ ତାହା କହିବା କାଠିକର ପାଠ ।