କନକ ବ୍ୟୁରୋ: ପ୍ରାରମ୍ଭିକ ଟ୍ରେଣ୍ଡ୍ ନେତାଙ୍କୁ ଦେଉଛି ଟେନସନ୍, ପ୍ରାର୍ଥୀଙ୍କ ସହ ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ କହୁଛି କେନ୍ଦୁଝରରେ ବି ବିଜେଡି ଆଗରେ ରହିଛି । ଆଉ ନିରାଶ କରି କରି ଟ୍ରେଣ୍ଡ ମୁତାବକ ପଛରେ ପଡ଼ିଛି ‘ପଦ୍ମ’ । ୨୦୧୭ର ରେଜଲ୍ଟକୁ ରିପିଟ୍ କରିବାକୁ ଦମ୍ଭୋକ୍ତି ବାଢୁଥିବା ବିଜେପି ଟ୍ରେଣ୍ଡ୍ ହିସାବରେ ପଛରେ ପଡ଼ିଯାଇଛି ।
ବର୍ତ୍ତମାନର ଟ୍ରେଣ୍ଡ୍ ମୁତାବକ, ଆଜି ଗଣତି ହେଉଥିବା କେନ୍ଦୁଝର ୧୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧୨ଟିରେ ଏକତରଫା କରି ଆଗେଇ ଚାଲିଛି ବିଜେଡି । କେବଳ ତେଲକୋଇରେ ‘ପଦ୍ମ’ ପକେଟକୁ ୧ ଯାଇଥିବାବେଳେ ‘ହାତ’ ହାତରେ ପଡ଼ିନି କିଛି ବୋଲି ଟ୍ରେଣ୍ଡ କହୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/9-33.jpg)