ପଞ୍ଚାୟତ ଫଇସଲା: ଗଣତିର ପ୍ରଥମ ଦିନରେ ପଶ୍ଚିମ ଓଡ଼ିଶାରେ ଶୁଭିଲା ‘ଶଙ୍ଖ’, ଫିକା ପଡ଼ିଲା ବିରୋଧୀ ହାୱା ।

Advertisment
ପଞ୍ଚାୟତ ଫଇସଲା: ଗଣତିର ପ୍ରଥମ ଦିନରେ ପଶ୍ଚିମ ଓଡ଼ିଶାରେ ଶୁଭିଲା ‘ଶଙ୍ଖ’, ଫିକା ପଡ଼ିଲା ବିରୋଧୀ ହାୱା ।

କନକ ବ୍ୟୁରୋ: ଭୋଟ୍ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭାଗ୍ୟ । ଗତକାଲି ଅର୍ଥାତ୍ ଭୋଟ୍ ଗଣତିର ପ୍ରଥମ ଦିନର ବଳକା ଆସନରେ ଚାଲିଛି କାଉଣ୍ଟିଂ । ଏବେ ସୁଦ୍ଧାର ଟ୍ରେଣ୍ଡ କହୁଛି ଅଧିକାଂଶ ଜିଲ୍ଲାରେ ବିଜେଡିର ପଲ୍ଲା ଭାରି । ବରଗଡରେ ବିଜେଡି ୧୦ଟି ଜୋନରେ ବିଜୟୀ ହୋଇଥିବାବେଳେ ବିଜେପିକୁ ମିଳିଛି ୨ଟି ଜୋନ୍ । ତେବେ ୨୦୧୭ରେ ବେଶ ଭଲ ପ୍ରଦର୍ଶନ କରି ଓଡିଶା ରାଜନୀତିରେ ବଡ ଭୂମିକା ନେବା ପାଇଁ ପଥ ପରିସ୍କାର କରିଥିବା ବିଜେପି ପ୍ରଥମ ଦିନର କାଉଣ୍ଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।

୨୦୧୭ ନିର୍ବାଚନରେ ସମ୍ବଲପୁର, ସୋନପୁର, ମୟୂରଭଞ୍ଜ, ମାଲକାନଗିରି, କଳାହାଣ୍ଡି, ଢ଼େଙ୍କାନାଳ, ବରଗଡ ଓ ବଲାଙ୍ଗୀରରେ ବିଜେପି ଭଲ ପ୍ରଦର୍ଶନ କରିବା ସହ ଅଧ୍ୟକ୍ଷ ପଦ ଦଖଲ କରିବାରେ ସକ୍ଷମ ହୋଇଥିଲା । ଏସବୁ ଜିଲ୍ଲାରେ ଏଥର ମଧ୍ୟ ଗତ ନିର୍ବାଚନ ଭଳି ଫଳାଫଳ ଆସିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏସବୁ ସ୍ଥାନରେ ବି ପ୍ରଥମ ଦିନ ଗଣତିରେ ବାଜି ମାତ କରିଛି  ବିଜେଡି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe