କନକ ବ୍ୟୁରୋ: ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ୍, ଚର୍ଚ୍ଚିତ ଆସନ କୋଟିଆରେ ଚାଲିଛି କଡା ଟକ୍କର । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଓ ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ପ୍ରଥମ ୩ ରାଉଣ୍ଡ ସୁଦ୍ଧା ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଆଗୁଆ ରହିଥିଲେ, କିନ୍ତୁ ସକାଳ ୯ଟା ୪୫ ସୁଦ୍ଧା ସ୍ୱାଧିନ ପ୍ରର୍ଥୀ ଟିକାଇ ଗମେଲ ଆଗୁଆ ରହିଛନ୍ତି ।

Advertisment

ବର୍ଷକ ଭିତରେ କୋଟିଆ ଦୁଇଟି ପଂଚାୟତ ନିର୍ବାଚନ ଦେଖିଛି । ୨୦୨୧ ଫେବ୍ରୁଆରୀ ମାସରେ ଅଗଣତାନ୍ତ୍ରିକ ଭାବେ ଆନ୍ଧ୍ର ନିର୍ବାଚନ କରିଥିଲା । ସବୁଠୁ ବଡ଼ କଥା ହେଉଛି, ଆନ୍ଧ୍ର ସରକାର ଯେଉଁ ନିର୍ବାଚନ କରିଥିଲେ, ସେଥିରେ ମାତ୍ର ୧୭ ପ୍ରତିଶତ ଭୋଟିଂ ହୋଇଥିଲା । ହେଲେ ଓଡ଼ିଶାର ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି ।

ନିର୍ବାଚନରେ ଆନ୍ଧ୍ର ହସ୍ତକ୍ଷେପ କରିବା ଆଶଙ୍କା କରି ସୀମା ସିଲ୍ କରି ବ୍ୟାପକ ଫୋର୍ସ ମୂତୟନ କରିଥିଲା ଓଡ଼ିଶା । ସମ୍ବେଦନଶୀଳ ବୁଥଗୁଡିକ ଉପରେ ନଜର ରଖିଥିଲା ପୁଲିସ । ଆନ୍ଧ୍ର ଷଡଯନ୍ତ୍ରକୁ ଜବାବ ଦେବା ପାଇଁ ସବୁ ଦଳ ଏକାଠି ହୋଇଥିଲେ । ଜିଲ୍ଲା ପରିଷଦ ଜୋନ୍ ପାଇଁ ସର୍ବଦଳୀୟ ପ୍ରାର୍ଥୀ ଦେଇଥିଲେ । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ୍ ।