ପଞ୍ଚାୟତ ଫଇସଲା: ଦିନ ୧୧ଟା ୧୦ ସୁଦ୍ଧା ଟ୍ରେଣ୍ଡରେ ଆଗୁଆ ସ୍ୱାଧିନ ପ୍ରାର୍ଥୀ, କ’ଣ ସଙ୍କେତ ଦେଉଛି କୋଟିଆ?

Advertisment
ପଞ୍ଚାୟତ ଫଇସଲା: ଦିନ ୧୧ଟା ୧୦ ସୁଦ୍ଧା ଟ୍ରେଣ୍ଡରେ ଆଗୁଆ ସ୍ୱାଧିନ ପ୍ରାର୍ଥୀ, କ’ଣ ସଙ୍କେତ ଦେଉଛି କୋଟିଆ?

କନକ ବ୍ୟୁରୋ: ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ୍, ଚର୍ଚ୍ଚିତ ଆସନ କୋଟିଆରେ ଚାଲିଛି କଡା ଟକ୍କର  । ଦିନ ୧୧ଟା ୧୫ ସୁଦ୍ଧା ଆସିଥିବା ଟ୍ରେଣ୍ଡ ମୁତାବକ, ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କୁ ପଛରେ ପକାଇ ୪୭୭ ଭୋଟରେ ଆଗୁଆ ରହିଛନ୍ତି ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲ । ତେବେ ଦୁଇ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ପୂର୍ବରୁ ପ୍ରଥମ ୩ ରାଉଣ୍ଡ ସୁଦ୍ଧା ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଆଗୁଆ ରହିଥିଲେ, କିନ୍ତୁ ଏବେ ସୁଦ୍ଧା ଆସିଥିବା ଟ୍ରେଣ୍ଡ କହୁଛି ସ୍ୱାଧିନ ପ୍ରର୍ଥୀ ଟିକାଇ ଗମେଲ ଆଗୁଆ ରହିଛନ୍ତି ।

ତେବେ ପଲିଟିକ୍ସ ପୋଖରୀରେ କୋଟିଆକୁ ଛୋଟିଆ ମାଛ ଭାବୁଥିବା ଦଳଙ୍କୁ ବଡ଼ ସଙ୍କେତ ଦେବେ କି କୋଟିଆ ଭୋଟର? ଭୋଟ୍ ଆସିଲେ କୋଟିଆ ପାଇଁ ଭୋ ଭୋ କାନ୍ଦୁଥିବା ନେତାଙ୍କୁ ଏକ ଶିକ୍ଷା ଦେବେନି ତ ଭୋଟର? ଏସବୁ ପ୍ରଶ୍ନ ଏବେ ସ୍ୱାଧୀନ ପ୍ରାର୍ଥୀଙ୍କ ଆଗେଇ ଚାଲିଥିବା ବେଳେ ସାମ୍ନାକୁ ଆସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe