କେନ୍ଦ୍ରକୁ ଦାୟୀ କଲେ ପଞ୍ଚାନନ କାନୁନଗୋ : କହିଲେ, ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ପାଇଁ ଦେଖାଦେଇଛି ଆର୍ଥିକ ଅସ୍ଥିରତା

242

କନକ ବ୍ୟୁରୋ : ଦେଶର ଅର୍ଥନୀତି ନେଇ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ବୟାନ । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ପାଇଁ ଆର୍ଥିକ ଅସ୍ଥିରତା ଦେଖାଦେଇଛି । ଏଥିପାଇଁ କରୋନାକୁ ଦାୟୀ କରିବା ଠିକ୍ ନୁହେଁ । ୨୦୧୯-୨୦ରେ କରୋନା ନଥିଲା , ଅଭିବୃଦ୍ଧି ହାର ୪ପ୍ରତିଶତ ଥିଲା । ୬୦ବର୍ଷରେ ଯାହା ହୋଇନଥିଲା ୬ବର୍ଷରେ କେନ୍ଦ୍ର ସରକାର କରି ଦେଇଛନ୍ତି । ୨୦୧୬-୧୭ରେ ବିମୁଦ୍ରାକରଣ ପରେ ଆର୍ଥିକ ସ୍ଥିତି ବିଗିଡିଗଲା ।

ବ୍ୟାଙ୍କଗୁଡିକ ସଙ୍କୁଚିତ କରିବା ନୀତି ବି ଭୁଲ । କରୋନା ପାଇଁ ସ୍ଥିତି ବିଗିଡିଥିଲେ ଏପ୍ରିଲରେ ଏତ ଜିଏସଟି ମିଳିନଥାନ୍ତା । ଜିଏସଟି ସଂଗ୍ରହରେ କେନ୍ଦ୍ର ସରକାରଙ୍କ କିଛି ବାହାଦୁରୀ ନାହିଁ । କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର କେମିତି ନିୟମିତ ଭାବେ ବଢୁଛି ? କୃଷି କ୍ଷେତ୍ରରେ ଅଭିବୃଦ୍ଧି ଯୋଗୁଁ ଆର୍ଥିକ ସ୍ଥିତି ସମ୍ଭାଳି ଦେଉଛି । ନହେଲେ ଦେଶର ଅର୍ଥନୀତି ଆହୁରି ଖସି ଯାଇଥାନ୍ତା । କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ପାଇଁ ଦଶା ଭୋଗୁଛି ସାରା ଦେଶ ।