କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ : କହିଲେ, ଯେଉଁଠି ଡବଲ ଇଂଞ୍ଜିନ ସରକାର ଅଛି, ସେଠି ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି

145

କନକ ବ୍ୟୁରୋ : କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । କହିଲେ, ୨୧ ବର୍ଷର ଶାସନ ରାଜ୍ୟରେ ନବୀନ ସରକାରଙ୍କ ପାରଙ୍ଗମତା ପ୍ରକାଶ କରିଛି । ଯେଉଁଠି ବଜେପି ସରକାର ନାହିଁ ସେଠି ଶିକ୍ଷା ବ୍ୟବସ୍ଥାରେ ଆଗରେ ଅଛି । ଯେଉଁଠି ଡବଲ ଇଂଞ୍ଜିନ ସରକାର ଅଛି ସେଠି ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । ଏପରିକି ଉଭୟ କେନ୍ଦ୍ର ଓ ରାଜ୍ୟକୁ ୭ ଟି ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି,  ଏବେ କେଉଁ ଏଜେନ୍ସି ସବୁ ରିପୋର୍ଟ ପ୍ରକାଶ କରୁଛନ୍ତି ତାହା ମଧ୍ୟରୁ କେଉଁ ଏଜେନ୍ସିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି । ନବୀନ ବାବୁ ଏ ପର୍ଯ୍ୟନ୍ତ ୭୦ଟି ପୁରସ୍କାର ହାତେଇଛନ୍ତି କେଉଁ ଅଧାରରେ ପୁରସ୍କାର ପାଇଛନ୍ତି ଆଉ କେଉଁ ଆଧାରରେ କେନ୍ଦ୍ର ତାଙ୍କୁ ପୁରସ୍କାର ଦେଇଛି । କେତେଦିନ ଉଭୟ ସରକାର ଅତୀତର ନିନ୍ଦା କରି ଚାଲିବେ ଆଉ ଲୋକଙ୍କୁ ସମୟ ମାଗି ଚାଲିଥିବେ । କରୋନା ସତ୍ତ୍ୱେ ଜିଏସଟି ଆଦାୟ ବଢିଛି । ହେଲେ ବେକାରୀ ବଢିଛି , ଆୟ କମିଛି , ବ୍ୟାଙ୍କ ଉପରୁ ଲୋକଙ୍କ ଭରସା କମିଛି । ଏହା କେମିତି ହେଉଛି ? ଜିଏସଟି କେବଳ କରୋନା ଉପକରଣ କିଣାରେ ବଢିଛି ।

ସେହିଭଳି ଭାରତର ଜିଡିପି କମି ଚାଲିଥିବା ବେଳେ ଆମ ପଡୋଶୀ ରାଜ୍ୟ ବାଂଲାଦେଶ, ପାକିସ୍ତାନ, ନେପାଳ, ଭୁଟାନର ଜିଡିପି ବଢୁଛି । ୭ବର୍ଷରେ ୨ କୋଟି ନିଯୁକ୍ତି କୁଆଡେ ଗଲା । ଅନ୍ୟପକ୍ଷରେ ପୂର୍ବବସ୍ଥା ଠାରୁ ଦେଶରେ ୨ କୋଟି ରାଜ୍ୟରେ ୪୭ ଲକ୍ଷ ବେକାରୀ ବୃଦ୍ଧି ପାଇଛି । ଦରଦାମ ସବୁଠୁ ବୃଦ୍ଧି ପାଇଛି । ୭ ବର୍ଷ ମଧ୍ୟରେ ସବୁ ଦର ଦୁଇଗୁଣା ହୋଇଛି ।