ପଞ୍ଚଲିଙ୍ଗଶ୍ୱରରେ ଅଭାବନୀୟ ଘଟଣା ! ପାଣି ଭିତରୁ ଉପୁଡିଗଲା ୩ଟି ଲିଙ୍ଗ

Advertisment
ପଞ୍ଚଲିଙ୍ଗଶ୍ୱରରେ ଅଭାବନୀୟ ଘଟଣା ! ପାଣି ଭିତରୁ ଉପୁଡିଗଲା ୩ଟି ଲିଙ୍ଗ

image courtesy-https://c1.staticflickr.com/

କନକ ବ୍ୟୁରୋ : ଉତ୍ତର ଓଡ଼ିଶା ତଥା ବାଲେଶ୍ୱରର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠରେ ଘଟିଛି ଅଭାବନୀୟ ଘଟଣା। ଆରାଧ୍ୟ ଦେବତା ବାବା ପଞ୍ଚଲିଙ୍ଗେଶ୍ୱର ଲିଙ୍ଗ ଉପୁଡ଼ି ଯାଇଛି। ଘଟଣା ସତ୍ୟ କି ଗୁଜବ, ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ଏହି ଖବର ସାରା ରାଜ୍ୟର ଶୈବଭକ୍ତମାନଙ୍କୁ ବ୍ୟଥିତ କରିଛି। ଏହି ଘଟଣା ପ୍ରଚାର ହୋଇଯିବା ପରେ ଭକ୍ତଙ୍କୁ ଲିଙ୍ଗସ୍ପର୍ଶ କରିବା ପାଇଁ ବାରଣ କରାଯାଇଛି। ଲିଙ୍ଗ ନିକଟକୁ କାହାକୁ ଛଡ଼ାଯାଉ ନାହିଁ।

ଠାକୁରଙ୍କ ପୂଜକ ଓ ପରିଚାଳନା କମିଟି ସଦସ୍ୟମାନେ ଠାକୁରଙ୍କ ପାଖକୁ ଯିବା ବାଟରେ ଲାଗିଥିବା ଗେଟରେ ଶନିବାରଠାରୁ ତାଲା ପକାଇ ଦେଇଛନ୍ତି। ଫଳରେ ଦୁଇଦିନ ହେଲା ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ନିରାଶ ହୋଇ ଫେରୁଛନ୍ତି। କଡ଼ା କଟକଣା ପରେ କୌଣସି ଭକ୍ତ କିମ୍ବା ପର୍ୟ୍ୟଟକଙ୍କୁ ଆଉ ପଞ୍ଚଲିଙ୍ଗେଶ୍ୱରଙ୍କ ପଞ୍ଚଲିଙ୍ଗ ସ୍ପର୍ଶ କରିବାର ସୁଯୋଗ ମିଳୁନାହିଁ। ଏହି ଘଟଣା ପଛରେ ଏକ ଭୟଙ୍କର ଷଡ଼ଯନ୍ତ୍ର ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଗତ ୩୦ ତାରିଖ ଦିନ ଲିଙ୍ଗ ଉପୁଡ଼ି ଯାଇଥିବା ଜଣା ପଡ଼ିଥିଲା। ପାଣି ଭିତରେ ବିଜେଥିବା ୫ଟି ଲିଙ୍ଗ ମଧ୍ୟରୁ ୩ଟି ଲିଙ୍ଗ ଉପୁଡ଼ି ଉପରେ ପଥର ଚଟାଣରେ ପଡ଼ିରହିଥିଲା। ଠାକୁରଙ୍କ ଲିଙ୍ଗ ପାଣି ବଦଳରେ ଉପରେ ପଡ଼ିଥିବା ପ୍ରଥମେ ସେବକ ଓ ପୂଜକ ଦେଖିଥିଲେ। ପରେ ପୂଜକମାନେ ପାଣିରେ ଅଣ୍ଡାଳି ଠାକୁର ନଥିବା ଜାଣିବାରୁ ଏ କଥା ପ୍ରଘଟ ହୋଇଥିଲେ । ପରେ ଏହି ଘଟଣା ପଦାକୁ ଆସିବାରୁ ଗତକାଲି ତିନି ଲିଙ୍ଗଙ୍କୁ ପୂର୍ବ ସ୍ଥାନରେ ସ୍ଥାପିତ କରାଯାଇଛି। ତା’ପରଠୁ କେହି ଯେପରି ଠାକୁରଙ୍କୁ ସ୍ପର୍ଶକରି ନପାରିବେ, ସେଥିପାଇଁ ବାରଣ କରାଯାଇଛି। ଏହାକୁ ନେଇ ଏଠାରେ ନାନା କଥା ଆଲୋଚନା ହେଉଛି। ପ୍ରଖର ଜଳସ୍ରୋତ ଯୋଗୁଁ ଲିଙ୍ଗ ତାଡ଼ିହୋଇ ଯାଇଥିବା କେତେକ କହୁଥିବା ବେଳେ ଏହା ପଛରେ କିଛି ତାନ୍ତ୍ରିକଙ୍କ ହାତଥିବା ମଧ୍ୟ ଆଲୋଚନା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe