ଉଚ୍ଚ ରକ୍ତଚାପର ରାମବାଣ ଏହି ଫଳ: ତୁରନ୍ତ ମିଳିବ ଉପଶମ

548

କନକ ବ୍ୟୁରୋ: ବ୍ଲଡ଼ ପ୍ରେସର ବା ରକ୍ତଚାପ ଅଚାନକ ବଢିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ଏପରି ସ୍ଥିତିରେ ତୁରନ୍ତ ରକ୍ତଚାପ ନିୟନ୍ତ୍ରଣ କରିବା ଆବଶ୍ୟକ। ଏଥିପାଇଁ ଘରୋଇ ଉପଚାର ଆପଣାଇପାରିବେ ଯାହାଦ୍ୱାରା ତୁରନ୍ତ ଆରାମ ମିଳିବ। ଆୟୁର୍ବେଦିକ ଚିକିତ୍ସକଙ୍କ ମତରେ ଅଚାନକ ବ୍ଲଡ଼ ପ୍ରେସର ବଢିଲେ ଅଧା ଗ୍ଲାସ ପାଣିରେ ଗୋଲମରିଚ ପାଉଡର ପକାଇ ସେବନ କରନ୍ତୁ।

ଏହା ବ୍ୟତୀତ ନିୟମିତ ଗୋଲମରିଚ ଖାଇବା ଉଚିତ। ଏହାଦ୍ୱାରା ଖାଦ୍ୟର ସ୍ୱାଦ ବଢିବା ସହ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏହାକୁ ପନିପରିବାରେ ପକାଇ ନିୟମିତ ଖାଇପାରିବେ। ଗୋଲମରିଚ ପାଚନ ପ୍ରକ୍ରିୟାକୁ ମଜଭୂତ କରିବା ସହ ମ୍ୟାଲେରିଆ ପାଇଁ ମଧ୍ୟ ବହୁ ଉପକାରୀ। ନିୟମିତ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବଡିବା ସହ ଦାନ୍ତବିନ୍ଧାରୁ ତୁରନ୍ତ ଆରାମ ଦେଇଥାଏ।
ଥଣ୍ଡାଦିନେ ଅମୃତ ଗୋଲମରିଚ :- ବିଶେଷକରି ଥଣ୍ଡା ଦିନେ ଅଧିକ ଗୋଲମରିଚ ବ୍ୟବହାର କରାଯାଏ। ଏହା କାଶ ଓ ଥଣ୍ଡାରୁ ଆରାମ ଦେଇଥାଏ। ପେଟ ରୋଗ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ଭୋକ ନ ଲାଗିବା, ଆଣ୍ଠୁଗଣ୍ଠି ଦରଜ ଓ ବଦହଜମି ଭଳି ସମସ୍ୟା ଥିଲେ ନିୟମିତ ଗୋଲମରିଚ ବ୍ୟବହାର କରିବା ଉଚିତ।

ପୋଷକ ତତ୍ତ୍ୱରେ ଭରପୁର :- ଗୋଲମରିଚରେ ଅନେକ ଭିଟାମିନ ରହିଛି ଯାହା କ୍ୟାନ୍ସର ଭଳି ଭୟଙ୍କର ରୋଗରୁ ମୁକ୍ତି ଦେଇଥାଏ; ଏଥିରେ ଭିଟାମିନ ଏ, ସି, ଫ୍ଲାବୋନାଇଡ଼ସ, ଆଣ୍ଟିଅକ୍ସିଡେଣ୍ଟ, କ୍ୟାଲସିୟମ, ଆଇରନ, ଫସଫରସ, କେରାଟିନ ଓ ପୌଷ୍ଟିକ ତତ୍ତ୍ୱର ମାତ୍ରା ରହିଛି।

ଅନ୍ୟାନ୍ୟ ଉପଯୋଗ :-
ପେଟରେ ଜୀବାଣୁ ହେଲେ ବଟର ମିଳ୍କରେ ଅଳ୍ପ ଗୋଲମରିଚ ପକାଇ ପିଅନ୍ତୁ।
ରାତିରେ ଗୋଲମରିଚ ସହ କିସମିସ ଖାଇଲେ ଜୀବାଣୁ ଜଡ଼ରୁ ମରିଯାଏ।
ଗ୍ୟାଷ୍ଟିକ ସମସ୍ୟାରୁ ଆରାମ ପାଇବା ପାଇଁ କଟା ଲେମ୍ବୁରେ କଳା ଲୁଣ ସହ ଗୋଲମରିଚ ପାଉଡର ମିଶାଇ ଏହାର ରସକୁ ପିଅନ୍ତୁ। ନିଶ୍ଚୟ ଆରମ ମିଳିବ।
ପ୍ରତିଦିନ ଏକ ଚାମଚ ଘିଅରେ ୮ଟି ଗୋଲମରିଚ ଓ ଅଳ୍ପ ଚିନି ପକାଇ ଖାଆନ୍ତୁ। ଏହାଦ୍ୱାରା ସ୍ମରଣ ଶକ୍ତି ବଢିଥାଏ।
ଅଧା ଚାମଚ ଘିଅରେ ଅଳ୍ପ ଗୋଲମରିଚ ପାଉଡର ମିଶାଇ ଖାଇବା ଦ୍ୱାରା କାଶ କମ ହୋଇଥାଏ।