ଏପ୍ରିଲ ୧୪ରେ ହେବ ପଣାସଂକ୍ରାନ୍ତି: ମୁକ୍ତିମଣ୍ଡପ ସଭା ମାରିଲା ମୋହର

470

କନକ ବ୍ୟୁରୋ: କେଉଁ ଦିନ ପଡ଼ୁଛି ପଣା ସଂକ୍ରାନ୍ତି? ଏହାକୁ ନେଇ ଏକ ଦ୍ୱନ୍ଦ୍ୱ ତିଆରି ହୋଇଥିଲା । । ଏପ୍ରିଲ ୧୩ ନା ୧୪ତାରିଖରେ ପଣା ସଂକ୍ରାନ୍ତି ପାଳନ ହେବ ସେ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି । ମୁକ୍ତିମଣ୍ଡପ ପଣ୍ଡିତ ସଭା କହିଛି, ଏପ୍ରିଲ ୧୪ତାରିଖରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଳନ ହେବ । ଏଥିସହ ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀ ଓ ଯାନିଯାତ୍ରା ସମ୍ପର୍କରେ ବି ନିଷ୍ପତ୍ତି ହୋଇଛି ।

ଚଳିତ ବର୍ଷର ପଣାସଂକ୍ରାନ୍ତି କେବେ ପାଳନ ହେବ , ସେ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ପାଂଜି ନେଇ ମୁକ୍ତିମଣ୍ଡପ ସମୀକ୍ଷା ବୈଠକ ପରେ ଏପ୍ରିଲ ୧୪ ତାରିଖରେ ହିଁ ମହାବିଷୁବ ପଣା ସଂକ୍ରାନ୍ତି ପାଳନ ହେବ ବୋଲି ସ୍ପଷ୍ଟ ହୋଇଛି । ଅନ୍ୟ କିଛି ଗଣନାକାରୀ ଏପ୍ରିଲ ୧୩ ତାରିଖରେ ମହାବିଷୁବ ସଂକ୍ରାନ୍ତି ହେବ ବୋଲି ଆକଳନ କରିଥିଲେ । କିନ୍ତୁ ଏହାକୁ ସମୀକ୍ଷା ବୈଠକରେ ଗ୍ରହଣ କରାଯାଇନାହିଁ । ଗତ ସପ୍ତାହ ବୈଠକରେ ୨୦୨୪-୨୫ ପାଂଜି ଗଣନା ବେଳେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା । କେଉଁ ଦିନ ଓଡିଆ ନୂଆବର୍ଷ ଉପରେ ମୋହର ବାଜିବ ତା ଉପରେ ସମସ୍ତଙ୍କ ନଜର ରହିଥିଲା । ପାଣ୍ଡୁଲିପି ଓ ସମସ୍ତ ଗଣନା ଆଧାରରେ ଏପ୍ରିଲ ୧୪ରେ ହିଁ ପଣାସକ୍ରାନ୍ତି ପାଳନ ହେବ ବୋଲି ଘୋଷଣା କରିଛି ମୁକ୍ତି ମଣ୍ଡପ ସଭା ।

ଏ ବର୍ଷ ପଂଚୁକ ପାଞ୍ଚଦିନ ନୁହେଁ ୪ ଦିନ
ଏଥର ହୋଇପାରିବନି ନବଯୌବନ ଦର୍ଶନ
ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀ ଓ ଯାନିଯାତ୍ରା ସମ୍ପର୍କରେ ବି ସୀମାକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।
-ଏଥର କାର୍ତ୍ତକ ମାସରେ ହବିଷ୍ୟାଳି ପାଳିବେ ପୁଂଚକ ୪ ଦିନ
– କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ହେବନାହିଁ
-ଏଥର ହେବ ୧୩ ଦିନିଆ ଅଣସର ପକ୍ଷ
-ଜୁଲାଇ ୭ ତାରିଖରେ ଶ୍ରୀଗୁଣ୍ଡିଚାଯାତ୍ରା ଦିନ ହିଁ ନେତ୍ରୋତ୍ସବ ଓ ଉଭାଯାତ୍ରା ହେବ
-ନବଯୌବନ ନୀତି ହେବ କିନ୍ତୁ ନବଯୌବନ ଦର୍ଶନ ହେବନାହିଁ
-ଏଥିପାଇଁ ପହଣ୍ଡି ଓ ରଥଟଣାରେ ବିଳମ୍ବ ହୋଇପାରେ

୧୯୫୯ ଓ ୧୯୭୧-୭୨ ମସିହାରେ ୧୩ ଦିିିିିିନିଆ ଅନବସର ପକ୍ଷ ସମୟରେ ଯେଉଁ ନୀତିକାନ୍ତି ହୋଇଥିଲା ଚଳିତବର୍ଷ ସେହି ନୀତିକାନ୍ତି କରିବାକୁ ନିଷ୍ପତି ହୋଇଛି ।