କନକ ବ୍ୟୁରୋ : ଗଞ୍ଜାମର ମନ୍ଦିର, ପାର୍କ, ସମୁଦ୍ରବେଳାଭୂମି, ଗ୍ରାଉଣ୍ଡ ଓ ବିଭିନ୍ନ ହ୍ରଦକୁ ୭ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଆଜି ହନୁମାନ ଜୟନ୍ତୀ, ମେରୁ ଯାତ୍ରା, ପଣା ସଂକ୍ରାନ୍ତି ଥିବାରୁ ଗହଳି ହେବା ସମ୍ଭାବନାକୁ ଆଖି ଆଗରେ ରଖି ଏହି ନିଷ୍ପତି ନିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କୋଭିଡ ପାଇଁ ଘଟଗାଁ ମା ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବରେ ଲାଗିଲା କଟକଣା । ଆଜି ବି ସାଧାରଣ ଦର୍ଶନ ବନ୍ଦ କଲା ଜିଳ୍ଲାପ୍ରାଶାସନ । ୭ ଦିନ ଧରି ହେଉଥିବା ମାଙ୍କ ଚଇତି ପର୍ବର ଆଜି ହେଉଛି ଷଷ୍ଠ ଦିନ । ତେବେ ଶେଷ ଦୁଇ ଦିନ ମାଙ୍କ ପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହୁଏ । ଆଜି ପଣାସଂକ୍ରାନ୍ତି ଥିବାରୁ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଅନୁଷ୍ଠିତ ହେଉଛି ।
ସେପଟେ, କୋଭିଡ କଟକଣା ଭିତରେ ଚାଲିଛି କାକଟପୁର ବାସିନୀ ମା ମଙ୍ଗଳାଙ୍କ ତୃତୀୟପାଳି ଝାମୁଯାତ୍ରା । କିନ୍ତୁ ଯାତ୍ରା ଉପରେ ପ୍ରଶାସନିକ କଟକଣା ଯୋଗୁଁ ତିନିଟି ପାଳି ହେବ ସବୁ କିଛି ଭକ୍ତ ଶୂନ୍ୟ ଭାବେ ଚାଲିଛି । ମନ୍ଦିର ରାସ୍ତାକୁ କାକଟପୁର ଥାନା ପୋଲିସ ସିଲ କରି ପଇଁତରା ମାରୁଛି । କଟକଣା ପାଇଁ ମାନସିକଧାରୀ ମହିଳାମାନେ ମନ୍ଦିର ନ ଆସି ନି ନିଜର ଗାଁ ଦାଣ୍ଡରେ ମା ଙ୍କ ଉଦ୍ଦେଶ୍ୟରେ ପନ୍ଥେଇ ପୂଜା କରିଛନ୍ତି । ଏହି ପନ୍ଥେଇ ନିକଟରେ ମାନସିକ ଗୁଆ ନଡିଆ ବସାଇ ନିଜ ପରିବାରର ଶୁଭ ମନାସିଛନ୍ତି । ମହିଳାଙ୍କ ହୁଳହୁଳିରେ କଂପି ଉଠିଛି ଗାଁ ଦାଣ୍ଡ ।
ଓଡିଆ ନବବର୍ଷ ଓ ଝାମୁଯାତ୍ରାକୁ ନଜରରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି କରିଛନ୍ତି । ମା ଶାରଳାପୀଠ, ଗୋରଖନାଥ, ଧାନକୁଦ, ଗ୍ରାମେଶ୍ୱର ମହାଦେବ ମା ଭାଗବତୀ, ମୁଚୁକୁନ୍ଦ ମହାଦେବ, ନୀଳକଣ୍ଠସ୍ୱର ମହାଦେବଙ୍କ ସମେତ ଅନ୍ୟ ମନ୍ଦିରମାନଙ୍କରେ ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ପାଇଁ ଲାଗୁ ହୋଇଛି ୧୪୪ ଧାରା ।