ଭିଡିଓ ଉଜାଗର କରି ଜେଲ୍ ର ପର୍ଦାଫାଶ କଲେ କଏଦୀ : ଜେଲ୍ ରେ ମିଳୁଛି ସେହି ସମସ୍ତ ସୁବିଧା ଯାହା ଆପଣଙ୍କୁ ଦରକାର, କେବଳ ଟଙ୍କା ଥିବା ଜରୁରୀ

Advertisment
ଭିଡିଓ ଉଜାଗର କରି ଜେଲ୍ ର ପର୍ଦାଫାଶ କଲେ କଏଦୀ :  ଜେଲ୍ ରେ ମିଳୁଛି ସେହି ସମସ୍ତ ସୁବିଧା ଯାହା ଆପଣଙ୍କୁ ଦରକାର, କେବଳ ଟଙ୍କା ଥିବା ଜରୁରୀ

source : zeenews

ଗୁଜରାଟର ସୁନ୍ଦରନଗର ଜିଲ୍ଲାର ଏକ ଉପକାରାଗାରରେ ବିକ୍ରି ହେଉଛି ପାନ ମସଲା ଓ ମୋବାଇଲ୍ ଫୋନ୍। କାରାଗାରରେ ଅବାଧରେ ଏହା ବିକ୍ରି ହେଉଛି। ଖୋଦ୍ ଜେଲ୍ ଅନ୍ତେବାସୀ ହିଁ ଏନେଇ ଏକ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି। ଜେଲରେ ଅନ୍ତେବାସୀଙ୍କୁ ଜେଲ୍ କର୍ତ୍ତୃପକ୍ଷ ଏବଂ ଅନ୍ୟ ଅନ୍ତେବାସୀମାନେ ନିର୍ଯାତନା ଦେଉଛନ୍ତି। ପାନ ମସଲା ୨୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ମୋବାଇଲ ଫୋନ୍ ୧୦,୦୦୦ରୁ ୨୫,୦୦୦ ଟଙ୍କାରେ ବିକ୍ରି ହେଉଛି। ତେବେ ଏହି ଭିଡିଓ ଭାଇରାଲ୍ ହେବାପରେ ଜେଲ୍ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ୍ ହୋଇ ୪ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଅନ୍ୟପକ୍ଷରେ କିଛି ଜେଲ୍ ଅନ୍ତେବାସୀଙ୍କୁ ଜେଲ୍ ପ୍ରଶାସନ ଦ୍ୱାରା ହୋଟେଲ୍ ସଦୃଶ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି।

publive-image

ସୁନ୍ଦରନଗର ଉପକାରାଗାର ଜେଲର କହିଛନ୍ତି ଯେ ଜେଲ୍ କଏଦୀ ଏବଂ ଜେଲ୍ ଅଧିକାରୀଙ୍କ ମଧ୍ୟରେ ନିକଟରେ ଗଣ୍ଡଗୋଳ ହୋଇଥିଲା। ଜେଲ୍ ପ୍ରଶାସନକୁ ବଦନାମ କରିବା ପାଇଁ ଅନ୍ତେବାସୀ ଏଭଳି ଭିଡିଓ ଜାରି କରିଛନ୍ତି ବୋଲି ସେ କହିଛନ୍ତି। ଏହି ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe