କନକ ବ୍ୟୁରୋ: ବିମଳ ପାନ ମସଲା କମ୍ପାନୀ ତାର ପ୍ରଚାର ପ୍ରସାର ପାଇଁ ରାସ୍ତା ଉପରେ ବିଜ୍ଞାପନ ତୋରଣ କରି ୫ ଲକ୍ଷ ତଣ୍ଡ ଗଣିଛି । ଭୁବନେଶ୍ୱର ମହାନଗର ନିଗମ ଏହି ଜୋରିମାନା ଲଗାଇଛି । ଏହି କମ୍ପାନୀର ଅଫିସ ଭୁବନେଶ୍ୱର ଜୟଦେବ ବିହାରରେ ହୋଇଥିବାବେଳେ ବିନା ଅନୁମତିରେ ସହିଦନଗର ରାସ୍ତା ଉପରେ ବିଜ୍ଞାପନ ତୋରଣ କରିଥିଲା ।
ବିଏମସି ସ୍କାର୍ଡଙ୍କ ନଜରକୁ ଏହା ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କମ୍ପାନୀ ଗତ ୧୧ ତାରିଖରୁ ବିଜ୍ଞାପନ ତୋରଣ କରିଅଛି । ସଂପୃକ୍ତ କମ୍ପାନୀ ଉପରେ ୫ ଲକ୍ଷର ଜୋରିମାନା ଧାର୍ଯ୍ୟ କରାଯିବା ସହ ଥାନାରେ ମାମଲା ଦାୟର ହୋଇଛି । ବିଏମସିର ବିନା ଅନୁମତିରେ ପୋଷ୍ଟର, ବ୍ୟାନର ଲଗାଯିବା ଦଣ୍ଡନୀୟ ଅପରାଧ ହୋଇଥିଲେ ବି ସଂପୃକ୍ତ କମ୍ପାନୀ ବିଜ୍ଞାପନ ତୋରଣ କରିଥିବାରୁ ଏଭଳି ଜୋରିମାନା ଧାର୍ଯ୍ୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/12/bimal.jpg)