କନକ ବ୍ୟୁରୋ: ଆଉ ମାସେ କି ଦେଢ଼ ମାସ ନୁହେଁ ମିନିଟ୍ ରେ ମିଳିବ ପାନ୍ କାର୍ଡ । ଯଦି ଆପଣଙ୍କ ପାନ୍ କାର୍ଡ ହଜିଯାଇଛି ନା ନଷ୍ଟ ହୋଇଯାଇଛି କିମ୍ବା ନୂଆ ପାନ୍ କାର୍ଡ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତା’ହେଲେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । କାଣ ଏଣିକି ଆପଣ ଚାହିଁଲେ ଅନଲାଇନ୍ ଉପାୟରେ ତୁରନ୍ତ ପାନ୍ କାର୍ଡର ଏକ କପି ବାହାର କରିପାରିବେ। ଆପଣ ଅନଲାଇନରୁ ଆପଣଙ୍କ ଅସଲି ପାନ୍ କାର୍ଡର ଆଉ ଏକ କପି ବାହାର କରି ମଧ୍ୟ ନିଜ ପାଖରେ ରଖିପାରିବେ। ଆଉ ମାତ୍ର କିଛି ସପ୍ତାହ ମଧ୍ୟରେ ଏହି ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisment

publive-imageଆୟକର ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ପାଇଲଟ୍ ପ୍ରୋଜେକ୍ଟରେ ଏହି ବ୍ୟବସ୍ଥାକୁ ଲାଗୁ କରିବା ନେଇ ସଫଳତା ମିଳିଛି । ଏହି ଇଲେକ୍ଟ୍ରୋନିକ ପାନ୍ ନମ୍ବର ଅନଲାଇନରେ ମାଗଣାରେ ପାଇପାରିବେ ଗ୍ରାହକ । ଆଉ ଏହି ସୁବିଧାର ଲାଭ ଉଠାଇବା ପାଇଁର୍ ଆବେଦନକାରୀଙ୍କୁ ପ୍ରଥମେ ଆଧାର ନମ୍ବର ଦେବାକୁ ହେବ। ଓ୍ଵାନ୍ ଟାଇମ୍ ପାସୱାର୍ଡ ବା ଓଟିପି ଜରିଆରେ କନଫର୍ମ କରାଇବା ପରେ ପାନ୍ କାର୍ଡର କପି ତୁରନ୍ତ ଆପଣ ପାଇପାରିବେ  ।

publive-imageଅନ୍ୟପଟେ ଆଧାରକାର୍ଡ ବ୍ୟତୀତ ଆପଣଙ୍କ ବାପାଙ୍କ ନାମ ଓ ଜନ୍ମ ତାରିଖ ବି ଦେବାକୁ ହେବ। କିଛି ମୌଳିକ ସୂଚନା ବ୍ୟତୀତ ସେଠାରେ ଅନ୍ୟ କୌଣସି ପ୍ରମାଣ ପତ୍ର ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ଆୟକର ବିଭାଗ ତରଫରୁ ସ୍ପଷ୍ଟ ସୂଚନା ମିଳିଛି । ଥରେ ପାନ୍ କାର୍ଡ ଜେନେରେଟ ହେବା ପରେ ଆବେଦନକାରୀଙ୍କୁ କିୟୁଆର୍ କୋଡ ବିଶିଷ୍ଟ ଡିଜିଟାଲ୍ ଦସ୍ତଖତର ଏକ ଇ-ପ୍ୟାନ୍ ମିଳିବ। ଯାହାକୁ ଆପଣ ବିଭିନ୍ନ ସରକାରୀ କାର୍ୟ୍ୟରେ ବ୍ୟହାର କରିପାରିବେ ।