ଛୋଟ ପିଲାଙ୍କ ନାମରେ ପାନ କାର୍ଡ ପ୍ରସ୍ତୁତ କରୁଥିଲେ ଏସବୁ ଉପରେ ରଖନ୍ତୁ ଧ୍ୟାନ, ଜାଣନ୍ତୁ  କେମିତି ପ୍ରସ୍ତୁତ ହେବ ପାନକାର୍ଡ

ଛୋଟ ପିଲାଙ୍କ ନାମରେ ପାନ କାର୍ଡ ପ୍ରସ୍ତୁତ କରୁଥିଲେ ଏସବୁ ଉପରେ ରଖନ୍ତୁ ଧ୍ୟାନ, ଜାଣନ୍ତୁ  କେମିତି ପ୍ରସ୍ତୁତ ହେବ ପାନକାର୍ଡ

କନକ ବ୍ୟୁରୋ : ପାନ ଏବେ ପ୍ରତିଟି ବ୍ୟକ୍ତିଙ୍କ ପାଇଁ ଏକ ଅତ୍ୟାବଶ୍ୟକ ପ୍ରମାଣପତ୍ର ହୋଇଯାଇଛି । ଇନକମ୍ ଟ୍ୟାକ୍ସ ଭରିବା ପାଇଁ ଏହାର ବ୍ୟବହାର ଜରୁରୀ  । ହେଲେ ଆପଣ ଜାଣନ୍ତୁ କି ଛୋଟ ପିଲାଙ୍କ ନାମରେ ବି ଆପଣ ପାନ କାର୍ଡ ପ୍ରସ୍ତୁତ କରିପାରିବେ ।
ବିଦେଶ ଯାତ୍ରା କିମ୍ବା ସ୍କୁଲରେ ଏହାକୁ ଆପଣ ପ୍ରମାଣ ପତ୍ର ଭାବେ ବ୍ୟବହାର କରିପାରିବେ । ତେଣୁ ଆପଣ ଅଧାର କାର୍ଡ ଭଳି ଛୋଟ ପିଲାଙ୍କ ପାଇଁ ପାନକାର୍ଡ ବି ପ୍ରସ୍ତୁତ କରିପାରିବେ । ଅନ୍ୟପଟେ କୌଣସି ନାବାଳକ ପାନ କାର୍ଡ ପାଇଁ ସିଧା ସଳଖ ଆବେଦନ କରିପାରିବେ ନାହିଁ । ଏଥିପାଇଁ ସେମାନଙ୍କ ଅବିଭାବକମାନେ ଆବେଦନ କରିଥାନ୍ତି ।
ନାବାଳକ ଅବିିଭାବକଙ୍କ ଠିକଣା ଓ ପରିଚାୟ ପତ୍ର ମାଧ୍ୟରେ ଏହାର ଆବେଦନ କରାଯାଇଥାଏ । ଏଥିପାଇଁ ନାବାଳକ ପିତା କିମ୍ବା ମାତାଙ୍କୁ ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର ମଧ୍ୟରୁ କୌଣସି ଏକ ପ୍ରମାଣପତ୍ରର ଆବଶ୍ୟକତା ରହିଛି । ଏହାସହ ଜମିବାଡି ପଞ୍ଜିକରଣର ପ୍ରମାଣପତ୍ର, କିମ୍ବା ଡାକଘର ସଂଚୟ ଖାତା ବି ପ୍ରମାଣ ଭାବେ ବ୍ୟବହାର କରାଯାଇ ପାରିବ ।

  • ପ୍ରଥମେ ଏନଏସଡିଲ ର ୱେବସାଇଟକୁ ଯାଆନ୍ତୁ
  • ଏହାପରେ ଯାହା ନାମରେ ପାନକାର୍ଡ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତାର ପ୍ରକୃତ କାଟାଗୋରୀ ଲେଖନ୍ତୁ
  • କାଟାଗୋରୀ ଚୟନ କରିବାକୁ ହେଲେ ଆପଣଙ୍କୁ ସମସ୍ତ ବ୍ୟକ୍ତିଗତ ସୂଚନା ଦେବାକୁ ପଡିବ
  • ନାବାଳକର ବୟସ ପ୍ରମାଣ ପତ୍ର ସହ ଅବିଭାବକଙ୍କ ଫଟୋ ଓ ଆବଶ୍ୟକ ପ୍ରମାଣପତ୍ର ଅପଲୋଡ କରନ୍ତୁ
  • ଏହାପରେ ଅବିଭାବକଙ୍କ ଡିଜିଟାଲ ଦସ୍ତଖତ ବି ଅପଲୋଡ କରିବାକୁ ପଡିବ
  • ଏହାପରେ ୧୦୭ ଟଙ୍କା ଡିଜିଟାଲ ମାଧ୍ୟମରେ ପେମେଣ୍ଟ କରନ୍ତୁ
  • ଦେୟ ଜମା ସରିବା ପରେ ଫର୍ମ ବି ଜମା କରାନ୍ତୁ
  • ଆବେଦନ କରିବା ପରେ ଆପଣଙ୍କ ମେଲକୁ ଏକ କନଫରମେସନ ଆସିିବ
  • ଭେରିଫିକେଶନ ସମ୍ପୂର୍ଣ୍ଣ ହେବା ପରେ ୧୫ ଦିନ ମଧ୍ୟରେ ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପହଂଚିଯିବ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe