କନକ ବ୍ୟୁରୋ : ପାନ ଏବେ ପ୍ରତିଟି ବ୍ୟକ୍ତିଙ୍କ ପାଇଁ ଏକ ଅତ୍ୟାବଶ୍ୟକ ପ୍ରମାଣପତ୍ର ହୋଇଯାଇଛି । ଇନକମ୍ ଟ୍ୟାକ୍ସ ଭରିବା ପାଇଁ ଏହାର ବ୍ୟବହାର ଜରୁରୀ । ହେଲେ ଆପଣ ଜାଣନ୍ତୁ କି ଛୋଟ ପିଲାଙ୍କ ନାମରେ ବି ଆପଣ ପାନ କାର୍ଡ ପ୍ରସ୍ତୁତ କରିପାରିବେ ।
ବିଦେଶ ଯାତ୍ରା କିମ୍ବା ସ୍କୁଲରେ ଏହାକୁ ଆପଣ ପ୍ରମାଣ ପତ୍ର ଭାବେ ବ୍ୟବହାର କରିପାରିବେ । ତେଣୁ ଆପଣ ଅଧାର କାର୍ଡ ଭଳି ଛୋଟ ପିଲାଙ୍କ ପାଇଁ ପାନକାର୍ଡ ବି ପ୍ରସ୍ତୁତ କରିପାରିବେ । ଅନ୍ୟପଟେ କୌଣସି ନାବାଳକ ପାନ କାର୍ଡ ପାଇଁ ସିଧା ସଳଖ ଆବେଦନ କରିପାରିବେ ନାହିଁ । ଏଥିପାଇଁ ସେମାନଙ୍କ ଅବିଭାବକମାନେ ଆବେଦନ କରିଥାନ୍ତି ।
ନାବାଳକ ଅବିିଭାବକଙ୍କ ଠିକଣା ଓ ପରିଚାୟ ପତ୍ର ମାଧ୍ୟରେ ଏହାର ଆବେଦନ କରାଯାଇଥାଏ । ଏଥିପାଇଁ ନାବାଳକ ପିତା କିମ୍ବା ମାତାଙ୍କୁ ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର ମଧ୍ୟରୁ କୌଣସି ଏକ ପ୍ରମାଣପତ୍ରର ଆବଶ୍ୟକତା ରହିଛି । ଏହାସହ ଜମିବାଡି ପଞ୍ଜିକରଣର ପ୍ରମାଣପତ୍ର, କିମ୍ବା ଡାକଘର ସଂଚୟ ଖାତା ବି ପ୍ରମାଣ ଭାବେ ବ୍ୟବହାର କରାଯାଇ ପାରିବ ।
- ପ୍ରଥମେ ଏନଏସଡିଲ ର ୱେବସାଇଟକୁ ଯାଆନ୍ତୁ
- ଏହାପରେ ଯାହା ନାମରେ ପାନକାର୍ଡ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତାର ପ୍ରକୃତ କାଟାଗୋରୀ ଲେଖନ୍ତୁ
- କାଟାଗୋରୀ ଚୟନ କରିବାକୁ ହେଲେ ଆପଣଙ୍କୁ ସମସ୍ତ ବ୍ୟକ୍ତିଗତ ସୂଚନା ଦେବାକୁ ପଡିବ
- ନାବାଳକର ବୟସ ପ୍ରମାଣ ପତ୍ର ସହ ଅବିଭାବକଙ୍କ ଫଟୋ ଓ ଆବଶ୍ୟକ ପ୍ରମାଣପତ୍ର ଅପଲୋଡ କରନ୍ତୁ
- ଏହାପରେ ଅବିଭାବକଙ୍କ ଡିଜିଟାଲ ଦସ୍ତଖତ ବି ଅପଲୋଡ କରିବାକୁ ପଡିବ
- ଏହାପରେ ୧୦୭ ଟଙ୍କା ଡିଜିଟାଲ ମାଧ୍ୟମରେ ପେମେଣ୍ଟ କରନ୍ତୁ
- ଦେୟ ଜମା ସରିବା ପରେ ଫର୍ମ ବି ଜମା କରାନ୍ତୁ
- ଆବେଦନ କରିବା ପରେ ଆପଣଙ୍କ ମେଲକୁ ଏକ କନଫରମେସନ ଆସିିବ
- ଭେରିଫିକେଶନ ସମ୍ପୂର୍ଣ୍ଣ ହେବା ପରେ ୧୫ ଦିନ ମଧ୍ୟରେ ପୋଷ୍ଟାଲ ମାଧ୍ୟମରେ ଆପଣଙ୍କ ଠିକଣାରେ ପହଂଚିଯିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/Capture-46.jpg)