କଲେଜ ଫିସ୍ ଦେବାକୁ ପାଖରେ ଟଙ୍କା ନାହିଁ । ଆୟକର ବିଭାଗ ପଠାଇଛି ୪୬ କୋଟିର ନୋଟିସ

718

କନକ ବ୍ୟୁରୋ :ପାନକାର୍ଡ ମାଧ୍ୟମରେ ଅନେକ ସମୟରେ ଠକେଇ ହେଉଛି । ବଲିଉଡ ଅଭିନେତା ରାଜକୁମାର ରାଓ, ଅଭିନେତ୍ରୀ ସନି ଲିଓନୀ ଭଳି ନାମୀଦାମୀ ଲୋକ ମଧ୍ୟ ପାନକାର୍ଡ ଠକେଇରେ ଶିକାର ହୋଇ ଅଭିଯୋଗ କରିଛନ୍ତି । କିନ୍ତୁ ଏବେ ଗ୍ୱାଲିୟରର ଜଣେ କଲେଜ ଛାତ୍ରଙ୍କ ସହ ହୋଇଥିବା ଠକେଇ ଏବେ ସମସ୍ତଙ୍କୁ ଚକିତ କରିଛି । ଗ୍ୱାଲିୟର ଜୀବାଜୀ ବିଶ୍ୱବିଦ୍ୟାଳୟର ଛାତ୍ର ପ୍ରମୋଦ ଦଣ୍ଡତିଆଙ୍କୁ ଆୟକର ବିଭାଗ ୪୬ କୋଟି ଟଙ୍କାର ନୋଟିସ ପଠାଇଛି । ଯେଉଁ ପ୍ରମୋଦଙ୍କ ପାଖରେ କଲେଜ ଫିସ ଦେବାକୁ ଟଙ୍କାର ଅଭାବ, ସେ ଏବେ ୪୬ କୋଟି ଟଙ୍କା କିଭଳି ଦେବ ତାହା ଚିନ୍ତାରେ ପକାଇଛି ।
ଆୟକର ନୋଟିସ ପାଇବା ପରେ ପ୍ରମୋଦ ଏନେଇ ଆୟକର ବିଭାଗ ସହ ଯୋଗାଯୋଗ କରିଥିଲେ । ଏହାପରେ ଆୟକର ବିଭାଗ ଏହି ପାନକାର୍ଡ ନମ୍ବର ଉପରେ ଯାଂଚ କରି ଯାହା ତଥ୍ୟ ଯୋଗାଡ କରିଛି ତାହା ମୁତାବକ ପ୍ରମୋଦଙ୍କ ପାନକାର୍ଡ ତଥ୍ୟକୁ ବ୍ୟବହାର କରି ଜଣେ ଅଜଣା ବ୍ୟକ୍ତି ଏକ କମ୍ପାନୀ କରିଛି । ଏହି କମ୍ପାନୀ ୪୬ କୋଟି ଟଙ୍କାରୁ ଅଧିକ କାରବାର କରିଛି । ହେଲେ ଏନେଇ କମ୍ପାନୀ ତରଫରୁ ଜିଏସଟି ଦିଆଯାଇନାହିଁ । ତେଣୁ ଆୟକର ବିଭାଗ ୪୬ କୋଟି କାରବାର ଉପରେ ଆୟକର ନୋଟିସ ପଠାଇଛି । ଏହି କମ୍ପାନୀ ଦିଲ୍ଲୀ ଓ ପୁଣେରେ ପଞ୍ଜିକୃତ ।