ପାନ୍ କାର୍ଡ ସହ ଆଧାର ସଂଯୋଗ କରିବାର ସମୟ ସୀମା ସରିବାକୁ ଆଉ ମାତ୍ର ୨ ଦିନ ବାକି ରହିଲା । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପାନ୍ ସହ ଆଧାର ସଂଯୋଗ କରିବାକୁ ସମୟ ସୀମା ଦିଆଯାଇଥିଲା । ଆୟକର ବିଭାଗର ଆଦେଶ ଅନୁସାରେ ଅକ୍ଟୋବର ୧ ଭିତରେ ଯାହାର ପାନ୍ -ଆଧାର ସଂଯୋଗ ହୋଇନଥିବ ତାହା ରଦ୍ଦ ହୋଇଯିବ। କୌଣସି ଅସୁବିଧାରେ ନପଡ଼ିବା ପାଇଁ ଆପଣଙ୍କୁ ୨ ଦିନ ମଧ୍ୟରେ ପାନ୍ ସହ ଆଧାର ସଂଯୋଗ କରିବାକୁ ହେବ।
ଯେଉଁ ଆଧାର ସହ ପାନ୍ ସଂଯୋଗ ହୋଇନଥିବ ତାହାର ବ୍ୟବହାର କୌଣସି ବି ପ୍ରକାର ନେଣଦେଣ କାମରେ ହୋଇପାରିବ ନାହିଁ। ସରକାର ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ କରିନାହାନ୍ତି ଯେ ଥରେ ପାନ୍ କାର୍ଡ ରଦ୍ଦ ହେବା ପରେ ତାହାକୁ ସମୟ ସୀମା ପରେ ବି ପୁଣି ଥରେ ସକ୍ରିୟ କରାଯାଇପାରିବ ନା ନାହିଁ।ମାର୍ଚ୍ଚ ୩୧ ତାରିଖରେ ଜାରି ହୋଇଥିବା ସୂଚନା ମୁତାବକ, ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯଦି କାହା ପାଖରେ ପାନ୍ ଓ ଆଧାର ଉଭୟ ଅଛି ତେବେ ତାହାକୁ ସଂଯୋଗ କରିବା ଅନିବାର୍ଯ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/images-12.jpg)
/kanak/media/post_attachments/wp-content/uploads/2019/09/images-13-300x169.jpg)