ପିପିଏଫ-ସୁକନ୍ୟା ସମୃଦ୍ଧି ନିୟମରେ ପରିବର୍ତ୍ତନ । ଆପଣ ବି ଜାଣିବା ଉଚିତ୍ ।

ପିପିଏଫ-ସୁକନ୍ୟା ସମୃଦ୍ଧି ନିୟମରେ ପରିବର୍ତ୍ତନ । ଆପଣ ବି ଜାଣିବା ଉଚିତ୍ ।

କନକ ବ୍ୟୁରୋ : ପିପିଏଫ, ସିନିୟର ସିଟିଜେନ୍ ସେଭିଙ୍ଗ ସ୍କିମ, ସୁକନ୍ୟା ସମୃଦ୍ଧି ଯୋଜନା ଓ ଡାକଘରେ ନିବେଶ କରୁଥାନ୍ତି ତେବେ ପରିବର୍ତ୍ତିତ ନିୟମ ବାବଦରେ ଜାଣିବାର ଆବଶ୍ୟକତା ରହିଛି । ସରକାରଙ୍କ ଦ୍ୱାରା ସଞ୍ଚାଳିତ ହେଉଥିବା ଏହି ସବୁ ଯୋଜନାରେ ନିବେଶକଙ୍କ ପାଇଁ ପ୍ୟାନ ଓ ଆଧାର ବାଧ୍ୟତାମୂଳକ କରାଯାଇଛି । ଏହାକୁ କେୱାଇସି ଭଳି ବ୍ୟବହାର କରାଯିବ । ଏହାପୂର୍ବରୁ ସେଭିଙ୍ଗ ସ୍କିମରେ ବିନା ଆଧାରରେ ଜମା କରି ହେଉଥିଲା । କିନ୍ତୁ ଏବେ କୌଣସି ନିବେଶ କରିବା ପୂର୍ବରୁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ନିବେଶ କଲେ ପାନ୍ କାର୍ଡ ମଧ୍ୟ ଦେବାକୁ ପଡିବ ।

ସେହିଭଳି ପୋଷ୍ଟ ଅଫିସରେ ସେଭିଙ୍ଗ ସ୍କିମରେ ଆକାଉଣ୍ଟ ଖୋଲିବା ସମୟରେ ଯଦି ପାଖରେ ଆଧାର ନଥାଏ ତେବେ ଏକ ଅଣ୍ଡରଟେକିଙ୍ଗ ଦେଇ ଆକାଉଣ୍ଟ ଖୋଲଯାଇ ପାରିବ । କିନ୍ତୁ ଆକାଉଣ୍ଟ ଖୋଲିବାର ୬ ମାସ ମଧ୍ୟରେ ନିବେଶକଙ୍କୁ ଆଧାର ନମ୍ବର ଦେବାକୁ ପଡିବ । ଛୋଟ ସେଭିଙ୍ଗ ସ୍କିମ ଆକାଉଣ୍ଟ ଖୋଲିବା ସମୟରେ ପାସପୋର୍ଟ ସାଇଜ ଫଟୋ, ଆଧାର ନମ୍ବର କିମ୍ବା ଆଧାର ଏନରୋଲମେଣ୍ଟ ସ୍ଲିପ, ପାନ ନମ୍ବର ଦେବାକୁ ପଡିବ । ଯଦି ଆକାଉଣ୍ଟଧାରୀ ବିନା ଆଧାର ଓ ପାନରେ ଖାତା ଖୋଲିଥାନ୍ତି ତେବେ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ଏହି ଡକ୍ୟୁମେଣ୍ଟ ଜମା କରିପାରିବେ । ଯଦି ଡକ୍ୟୁମେଣ୍ଟ ଜମା ନ କରନ୍ତି ତେବେ ଆକାଉଣ୍ଟ କୁ ବନ୍ଦ କରି ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe