ସୁପ୍ରିମକୋର୍ଟ ନିଜ ଫଇସଲାରେ କହିଛନ୍ତି କି, ଆଇଟିଆର ଫାଇଲ କରିବା ସମୟରେ ଆପଣଙ୍କ ପାନ୍, ଆଧାର ସହିତ ଲିଙ୍କ ହେବା ଜରୁରୀ । କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟର ଏକ ଫଇସଲା ବିରୁଦ୍ଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ଯାହା ଉପରେ ଶୁଣାଣି କରି କୋର୍ଟ ଏହି ଫଇସଲା ଶୁଣାଇଛନ୍ତି । ଏହି ମାମଲା ଶ୍ରେୟା ସେନ୍ ଓ ଜୟଶ୍ରୀ ସତପୁତେଙ୍କ ସହ ଜଡିତ, ଯାହାଙ୍କୁ ହାଇକୋର୍ଟ ପାନ୍ କୁ ଆଧାର ସହ ଲିଙ୍କ ନକରି ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଆଇଟିଆର ଫାଇଲ କରିବାର ଅନୁମତି ଦେଇଥିଲେ । ଆୟକର ବିଭାଗ ପାନ୍ ଜାରି କରେ, ଯେବେକି ଆଧାର ୟୁଆଇଡିଏଆଇ ତରଫରୁ ଜାରି କରାଯାଏ ।
ଗତବର୍ଷ ସୁପ୍ରିମକୋର୍ଟ କହିଥିଲେ କି, ଆଧାରର ବ୍ୟବହାର କେବଳ ସରକାରୀ ଯୋଜନାର ଲାଭ ଉଠାଇବା ଓ ଦେବା ପାଇଁ କରାଯିବ । ଏହାର ବ୍ୟବହାର ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ମୋବାଇଲ ନମ୍ବର ନେବା ଓ ସ୍କୁଲରେ ଆଡମିସନ କରାଇବା ଭଳି କାମ ପାଇଁ କରାଯାଇପାରିବ ନାହିଁ । ଆହୁରି ବି କହିଥିଲେ କି, ଆଇଟିଆର ଫାଇଲ କରିବା ସମୟରେ ଆଧାରକୁ ପାନ୍ ସହିତ ଲିଙ୍କ କରିବା ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/348144-pan-1.jpg)
/kanak/media/post_attachments/wp-content/uploads/2019/02/aadhar-pan-card-300x167.jpg)