ମାଲକାନଗିରିରେ ଆରମ୍ଭ ହେଲା ପଲ୍ଲୀ ପାଠଶାଳା : ଖୋଲାଆକାଶ ତଳେ ଗଛମୂଳେ ବସିଛନ୍ତି ଛାତ୍ରଛାତ୍ରୀ, ମାଇକ ଧରି ପାଠ ପଢାଉଛନ୍ତି ଶିକ୍ଷୟିତ୍ରୀ

76

କନକ ବ୍ୟୁରୋ : ଓଡ଼ିଶାରେ ଆରମ୍ଭ ହେଲା ପଲ୍ଲୀ ପାଠଶାଳା । ଛତିଶଗଡ ମୋହଲ୍ଲା କ୍ଲାସ ଢାଂଚାରେ ଆରମ୍ଭ ହେଲା ପଲ୍ଲୀ ପାଠଶାଳା । ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପରୀକ୍ଷା ମୂଳକ ଭାବେ ପଲ୍ଲୀ ପାଠଶାଳା ଆରମ୍ଭ କରିଛି ଜିଲ୍ଲା ଶିକ୍ଷା ବିଭାଗ । ମାଲକାନଗିରି ଏମଭି ୧୬ଗାଁର ଚିତ୍ର । ଲାଉଡ ସ୍ପିକର ଲାଗିଛି, ଶିକ୍ଷୟିତ୍ରୀ ମାଇକ ଧରି ପିଲାଙ୍କୁ ପାଠ ପଢାଉଛନ୍ତି । ଆଉ ଗାଁର ବିଭିନ୍ନ ସ୍ଥାନରେ ଲାଉଡ ସ୍ପିକରରେ ପାଠ ପଢୁଛନ୍ତି ପିଲା ।