‘ଦ ଭ୍ୟାକ୍ସିନ୍ ୱାର’ ସେଟରେ ଆହତ ହେଲେ ପଲ୍ଲବୀ ଯୋଶୀ । ଧକ୍କା ଦେଲା କାର୍ ।

136

କନକ ବ୍ୟୁରୋ: ଚର୍ଚ୍ଚିତ ପ୍ରଯୋଜକ ତଥା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଆଗାମୀ ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର’ର ସୁଟିଂ ଚାଲିଥିଲା । ଅଭିନେତ୍ରୀ ତଥା ବିବେକଙ୍କ ପିତ୍ନୀ ପଲ୍ଲବୀଙ୍କର ସଟ୍ ଥିଲା । ହେଲେ ସୁଟିଂ ସେଟରେ ହିଁ ଏକ କାର ଆସି ଅଭିନେତ୍ରୀ ପଲ୍ଲବୀଙ୍କୁ ଏକ କାର ଧକ୍କା ଦେଇଥିଲା । ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପଲ୍ଲବୀ ।

ସୂଚନା ମୁତାବକ, ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଓ ପ୍ରଯୋଜକ ଅଭିଷେକ ଅଗ୍ରୱାଲ ନିଜର ଆଗାମୀ ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ହାଇଦ୍ରାବାଦରେ ସୁଟିଂ ଚାଲିଥିବା ଏହି ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ବିବେକଙ୍କ ସ୍ତ୍ରୀ ତଥା ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ପଲ୍ଲବୀ ଯୋଶୀ । ଏହି ଫିଲ୍ମର ସୁଟିଂ ସମୟରେ ତାଙ୍କର ଏକ କାର ସହ ଧକ୍କା ହୋଇଥିଲା । ତଥାପି ନିଜ ସଟକୁ ପୂରଣ କରିଥିଲେ ପଲ୍ଲବୀ । ଏହାପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।