କନକ ବ୍ୟୁରୋ: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ୬ଟି ସଂସଦୀୟ କ୍ଷେତ୍ର ସହ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ତେବେ ଢ଼େଙ୍କନାଳ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ପାଳଲହଡ଼ା ବିଧାନସଭା କ୍ଷେତ୍ରରେ ଚାଲିଛି କଡ଼ା ମୁକାବିଲା । ଆଉ ନିଜ ଅଞ୍ଚଳ ପାଇଁ ପାଳଲହଡ଼ାବାସୀ ବାଛୁଛନ୍ତି ନେତା । ହେଲେ କ’ଣ କହୁଛି ପାଳଲହଡ଼ା ରାଜନୈତିକ ଇତିହାସ ନଜର ପକାନ୍ତୁ ।
୨୦୧୯ର ଲଢେଇ
ବିଜେଡି: ମୁକେଶ ପାଲ
କଂଗ୍ରେସ: ସୁବ୍ରତ ଗଡନାୟକ
ବିଜେପି: ଅଶୋକ ମହାନ୍ତି
୨୦୧୯-ବିଜେଡି: ମୁକେଶ ପାଲ
- ପୂର୍ବତନ ସମିତିସଭ୍ୟ
- ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ
- ବିଜେପିରୁ ବିଜେଡିରେ ସାମିଲ ( ବିଜେପି ଟିକେଟ୍ ନମିଳିବାରୁ )
୨୦୧୯-କଂଗ୍ରେସ: ସୁବ୍ରତ ଗଡନାୟକ
- ଯୁବ ସଂଗଠକ
- ଢେଙ୍କାନାଳ ଯୁବ କଂଗ୍ରେସ ସଭାପତି
- ୧୦ ବର୍ଷ ହେଲା କଂଗ୍ରେସରେ ଅଛନ୍ତି
- ପ୍ରଥମଥର ବିଧାନସଭା ପ୍ରାର୍ଥୀ
୨୦୧୯-ବିଜେପି: ଅଶୋକ ମହାନ୍ତି
- ଅନୁଗୁଳ ଜିଲ୍ଲା ସଭାପତି
- ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
- ୨୦୧୪ରେ ପରାଜିତ
ନିର୍ବାଚନ ମଣ୍ଡଳୀ ତଥ୍ୟ
- ପାଲଲହଡା ଏବଂ କଣିହା ବ୍ଳକରେ ୧୯ଟି ପଂଚାୟତକୁ ନେଇ ପାଲଲହଡା ନିର୍ବାଚନମଣ୍ଡଳୀ
- ୧୯୫୧ରେ ନିର୍ବାଚନମଣ୍ଡଳୀ ଗଠିତ
- ବିଭୂଦେନ୍ଦ୍ର ପ୍ରତାପ ଦାସ ୩ଥର ବିଧାୟକ
- ନୃସିଂହ ସାହୁ ୨ଥର ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୪ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୪ ହଜାର ୨୪୬
- ମତ ଦେଇଥିଲେ – ୧ ଲକ୍ଷ ୨୭ ହଜାର ୯୫୮
- ଭୋଟଦାନ ହାର – ୮୨.୯୬%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ମହେଶ ସାହୁ ବିଜେଡି ୪୪,୨୬୪ ୩୪.୫୯% ବିଜୟୀ
ସୁବୋଧ ଚନ୍ଦ୍ର ପାଣି କଂଗ୍ରେସ ୧୮,୪୮୭ ୧୪.୪୫% ପରାସ୍ତ
ଅଶୋକ ମହାନ୍ତି ବିଜେପି ୩୮,୯୭୦ ୩୦.୪୬% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ମହେଶ ସାହୁ ନିର୍ବାଚନ ଜିତିଥିଲେ
- ୪୪ ହଜାର ୨୬୪ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ପରାସ୍ତ କରିଥିଲେ
- ୫ ହଜାର ୨୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ସ୍ୱାଧୀନ ପ୍ରାର୍ଥୀ ମନୋଜ କୁମାର ସାହୁ ୧୩ ହଜାର ୩୭ ଖଣ୍ଡ ଭୋଟ୍ ପାଇଥିଲେ
- ୧୦ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ