ବିରଳ ମାତୃତ୍ୱର କାହାଣୀ ! ୪୦ବର୍ଷ ବୟସ ମଧ୍ୟରେ ୬୯ଟି ପିଲାଙ୍କୁ ଜନ୍ମ ଦେଇଥିବା ମା’

56

ମାତୃତ୍ୱ ଲାଭ କରିବା ଜଣେ ନାରୀ ପାଇଁ ନିଶ୍ଚିତ ଭାବରେ ଏକ ସ୍ୱର୍ଗୀୟ ଅନୁଭୂତି । ପ୍ରତ୍ୟେକ ମହିଳା ଏହି ଦିନଟିକୁ ଅତି ଉତ୍କଣ୍ଠାର ସହ ଚାହିଁ ବସିଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି , ଅନେକ କ୍ଷେତ୍ରରେ ଏହି ମାତୃତ୍ୱ ଶବ୍ଦଟି ଯେମିତି ନାରୀ ମାନଙ୍କ ପାଇଁ ଅଭିଶାପ ପାଲଟି ଯାଇଥାଏ । ଅନେକ ମହିଳା ଏହି ଶବ୍ଦର ଅର୍ଥକୁ ସାର୍ଥକ କରିବାକୁ ଯାଇ ନିଜ ଜୀବନ ମଧ୍ୟ ହାରିଥାନ୍ତି । ଯାହାର କାରଣ ହେଉଛି ସତେତନତାର ଅଭାବ । ଏବେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯାହା ନିଶ୍ଚିତଭାବରେ ଆପଣଙ୍କୁ ଥରୁଟିଏ ଭାବିବାକୁ ବାଧ୍ୟ କରିବ ।

ପାଲେଷ୍ଟାଇନର ଜଣେ ମହିଳା ୬୯ଟି ପିଲା ଜନ୍ମ କରି ମୃତ୍ୟୁ ବରଣ କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ମହିଳା ଜଣକଙ୍କ ବୟସ ମାତ୍ର ୪୦ । ଆଉ ଏତେ କମ୍ ବୟସରେ ୬୯ଟି ପିଲା ଜନ୍ମ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ରିପୋର୍ଟ ଅନୁସାରେ , ମହିଳା ଜଣକ ୧୬ଥର ଯାଆଁଳା, ସାତ ଥର ଏକକାଳୀନ ତିନିଟି ପିଲା ଓ ଚାରିଥର ଏକକାଳୀନ ଚାରିଟି ପିଲା ଜନ୍ମ କରିଛନ୍ତି । ହେଲେ ରବିବାର ଦିନ ମହିଳାଜଣକ ନିଜ ଶେଷ ପିଲାକୁ ଜନ୍ମ ଦେଇ ସବୁଦିନ ପାଇଁ ଆଖି ବୁଜିଛନ୍ତି ।

ସ୍ଥାନୀୟ ଏକ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଉକ୍ତ ମହିଳା ଜଣ ଏତେ କମ୍ ବୟସରେ ୬୯ଟି ପିଲା ଜନ୍ମ କରିବା ପଛର କାରଣ ହେଉଛି ପରିବାର ନିୟୋଜନ ଏବଂ ଗର୍ଭ ନିରୋଧକୁ ନେଇ ଉପଯୁକ୍ତ ସଚେତନତାର ଅଭାବ । ତେବେ କୌଣସି ମହିଳା ଏତେ ପିଲା ଜନ୍ମ କରିବା ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ଋଷିଆର ଜଣେ ମହିଳା ମଧ୍ୟ ୬୯ଟି ପିଲା ଜନ୍ମ କରିଥିଲେ ।