କନକ ବ୍ୟୁରୋ : ୫ ଦିନରେ ପହଞ୍ଚିଲାଣି ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ । ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଛାରଖାର ହୋଇଗଲାଣି ଗାଜା । ଏହାରି ଭିତରେ ଯୁଦ୍ଧ ବନ୍ଦ କରିବାକୁ ଭାରତର ହସ୍ତକ୍ଷେପ ଦାବି କରିଛି ପାଲେଷ୍ଟାଇନ । ଭାରତରେ ଅବସ୍ଥାପିତ ପାଲେଷ୍ଟାଇନର ରାଷ୍ଟ୍ରଦୂତ ଅବୁ ଅଲହେଜା କହିଛନ୍ତି, ଭାରତ, ଇସ୍ରାଏଲ ଓ ପାଲେଷ୍ଟାଇନର ଭଲ ବନ୍ଧୁ । ତେଣୁ ଉତେଜନା ହ୍ରାସ କରିବାକୁ ଭାରତ ହସ୍ତକ୍ଷେପ କରିବା ଆବଶ୍ୟକ ।

Advertisment

ଅଲହେଜାଙ୍କ ଏହି ମନ୍ତବ୍ୟକୁ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କାରଣ, ଭାରତ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି ଓ ଏହାର କଡା ନିନ୍ଦା କରିଛି । ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ପାଇଁ ଇସ୍ରାଏଲକୁ ଦାୟୀ କରିଛନ୍ତି ଅଲହେଜା । ଅଲହେଜା ଆହୁରି କହିଛନ୍ତି, ସାଧାରଣ ନାଗରିକଙ୍କ ହତ୍ୟାକୁ ପାଲେଷ୍ଟାଇନ ବିରୋଧ କରୁଛି ଓ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି । ଭାରତ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ଦରକାର ।