କନକ ବ୍ୟୁରୋ : ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା କରିଛନ୍ତି । ଯୋଜନା ବାବଦକୁ କୋଟି କୋଟି ଟଙ୍କା ଖର୍ଚ ହେଉଛି । ହେଲେ ପ୍ରଶାସନିକ ଉଦାସିନତା ହେତୁ ପ୍ରକୃତ ହିତାଧିକାରୀ ଯୋଜନାର ଫାଇଦା ପାଇପାରୁନାହାନ୍ତି । ଆଜି ବି ଅନେକ ଲୋକେ ଝାଟିମାଟି ଘରେ ପାଲ ଟାଙ୍ଗି ଜୀବନ କାଟୁଛନ୍ତି ।

Advertisment

ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତର ଏମିତି ଝାଟିମାଟି ଘରେ ରହୁଥିବା ଲୋକଙ୍କ ଉପରେ ପ୍ରଶାସନର ନଜର ପଡୁନି । ପଞ୍ଚାୟତର ଗରିବ ଖଟିଖିଆ ଲୋକେ ଆଜି ବି ଚାଳ ଛପରେ ପାଲ ପକାଇ ରହୁଛନ୍ତି । ଦିବ୍ୟାଙ୍ଗ ଓ ସ୍ୱାମୀ ପରିତ୍ୟକ୍ତା ମହିଳା ଝୁମାରାଣୀ ପଣ୍ଡା । ମାଗିଯାଚି ଆଣିଲେ ଚୁଲି ଜଳେ । ଏମିତି ସ୍ଥିତିରେ ଘରଟିଏ ପାଇଁ ପ୍ରଶାସନିକ ବାବୁଙ୍କୁ ବାରମ୍ବାର ଗୁହାରି କରିଛନ୍ତି । କିନ୍ତୁ ଝୁମାରାଣୀଙ୍କୁ ଘରଟିଏ ଯୋଗାଇ ପାରିନାହିଁ ପ୍ରଶାସନ । କେବଳ ଝୁମା ନୁହନ୍ତି ପଂଚାୟତର ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ।

ତେବେ ଗରିବ ଲୋକଙ୍କ ପାଇଁ ଯୋଜନା ହେଉଥିଲେ ବି କାହିଁକି ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି । ଯେତେ ବେଳେ ସରକାର ଗୋଟିଏ ବି ଚାଳ ଛପର ଘର ରହିବ ନାହିଁ ବୋଲି କହୁଛନ୍ତି, ସେତେବେଳେ କାହିଁକି ଓ କେଉଁ ପରିସ୍ଥିତିରେ ପାଲ ତଳେ ମୁଣ୍ଡ ଗୁଂଜିଛନ୍ତି ହିତାଧିକାରୀ? ଜିଲ୍ଲାପାଳ ତ ପ୍ରତିଶ୍ରୁତି ଦେଇଦେଲେ, ତେବେ ଏବେ ଅପେକ୍ଷା ପାଲ ତଳେ ରହୁଥିବା ପାଲଟପୁର ବାସୀଙ୍କୁ କେବେ ମିଳୁଛି ଘର, ଆଉ ମୁଣ୍ଡ ଉପରୁ ହଟୁଛି ପାଲ ।