କନକ ବ୍ୟୁରୋ : ରାତି ଅଧରେ ଦୁର୍ବୃତଙ୍କ ଆତଙ୍କରାଜ । ବିଳମ୍ବିତ ରାତିରେ ଭୁବନେଶ୍ୱର ପଳାଶୁଣୀ ପ୍ରାଚୀ ବିହାର ଇଶାନେଶ୍ୱର ମନ୍ଦିର ଗଳିରେ ଘଟିଛି ଏହି ଘଟଣା । ଏ ନେଇ ସ୍ଥାନୀୟ ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଦୁଇଜଣ ଯୁବକ ବାଇକରେ ଆସି ଏହି କାଣ୍ଡ ଭିଆଇଛନ୍ତି । ଦୁର୍ବୃତମାନେ ପାଖାପଖି ୨୦ରୁ ଅଧି ଗାଡି ଭାଙ୍ଗିଦେଇଛନ୍ତି ।
ପଳାସୁଣୀ ପ୍ରାଚୀବିହାରରେ ଏଭଳି ଘଟଣା କିଛି ନୂଆ କଥା ନୁହେଁ । ପୂର୍ବରୁ ଇନଫୋସିଟି ଥାନା, କାନନବିହାର, ମାରୁତି ଭିଲ୍ଲା ଅଂଚଳରେ ମଧ୍ୟ ସମାନ ଢଙ୍ଗରେ କାର ଭଙ୍ଗାରୁଜା କରିଥିଲେ । ଏ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ପୋଲିସ କାହାରିକୁ ଗିରଫ କରିପାରିନାହିଁ । ବିଶେଷକରି ଯେଉଁମାନେ ରାସ୍ତା ଉପରେ କାର ବା ଅଟୋ ରଖୁଛନ୍ତି ସେହି ଅଂଚଳକୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/PALASUNI.jpg)