ପକୁଡ଼ି ପଲିଟିକ୍ସ ! କଟକରେ ପକୁଡ଼ି ଷ୍ଟଲ ଖୋଲିବ କଂଗ୍ରେସ, ଉଦଘାଟନ କରିବାକୁ ମୋଦିଙ୍କୁ କରିବେ ନିବେଦନ

39

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତା କାର୍ଯ୍ୟକ୍ରମକୁ ଆଉ ମାତ୍ର ଦିନ ଟିଏ ବାକି ଥିବା ବେଳେ ରାଜ୍ୟରେ ଜୋରଧରିଛି ପକୋଡା ପଲିଟିକ୍ସ । ମୋଦିଙ୍କ ଗସ୍ତକୁ ନେଇ କଟକ ବାଲିଯାତ୍ରା ପଡିଆରେ ବିଜେପି ପ୍ରସ୍ତୁତି ଜୋରଦାର କରିଛିି । ଏହାରି ଭିତରେ କଂଗ୍ରେସ ଆସନ୍ତା ୨୬ ତାରିଖ ଅର୍ଥାତ ମୋଦିଙ୍କ ଗସ୍ତ ଦିନ ଏକ ପ୍ରତୀକ ଧର୍ମଘଟ କରିବ ବୋଲି ଚେତାବନୀ ଦେଇଛି । କଟକ କାର୍ଯ୍ୟକ୍ରମ ସମୟରେ ଶିକ୍ଷିତ ବେକାର ଯୁବକଙ୍କୁ ନେଇ ବାଦାମବାଡି, ବକ୍ସିବଜାର ଛକରେ ପକୋଡା ଷ୍ଟଲ ଖୋଲି ମୋଦୀଙ୍କୁ ଉଦଘାଟନ କରିବାକୁ ନିବେଦନ କରିବେ କହିଛି କଟକ ନଗର କଂଗ୍ରେସ । ପକୁଡ଼ି ଛାଣିବା ସହ ଲୋକମାନଙ୍କୁ ମାଗଣାରେ ଖାଇବାକୁ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସରକାର ଶିକ୍ଷିତ ବେକାରୀ ନିଯୁକ୍ତି କ୍ଷେତ୍ରରେ ବିଫଳ ବୋଲି ଦର୍ଶାଇବା ପାଇଁ ଏଭଳି ପ୍ରତୀକ ଧର୍ମଘଟ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି । ମୋଦୀ କଥା ଛଳରେ ଶିକ୍ଷିତ ଯୁବକ ପକୋଡା ବିକିବା କଥା କହି ଯୁବ ପିଢିକୁ ସ୍ୱାବଲମ୍ବୀ ଏବଂ ଦୁର୍ନିତୀ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ବିଜେପି ନେତା ।