ଆସନ୍ତାକାଲି ବିଶ୍ୱକପରେ ଭେଟାଭେଟି ହେବେ ଭାରତ-ପାକିସ୍ତାନ । ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଫ୍ୟାନ୍ କହିଲେ ଏମିତି କଥା…

212

କନକ ବ୍ୟୁରୋ : କାଲି ଟି-୨୦ ବିଶ୍ୱକପରେ ଦେଖିବାକୁ ମିଳିବ ସବୁଠାରୁ ହାଇ ଭୋଲଟେଜ୍ ମ୍ୟାଚ୍ । ବିଶ୍ୱ କ୍ରିକେଟର ଏହି ରୋମାଚଂକର ଲଢେଇ ଦେଖିବା ପାଇଁ କେବଳ ଭାରତୀୟ ନୁହନ୍ତି, ପାକିସ୍ତାନ ପ୍ରଶଂସକ ବି ଅନାଇ ରହିଛନ୍ତି । ୨୦୧୯ ବିଶ୍ୱକପରେ ଭାରତଠୁ ପାକିସ୍ତାନ ପରାସ୍ତ ହେବା ପରେ ଜଣେ ପାକିସ୍ତାନୀ ଫ୍ୟାନ୍ ନିଜର ରାଗ ମିଡିଆ ଆଗରେ ଜାହିର କରିଥିଲେ । ପାକିସ୍ତାନୀ କ୍ରିକେଟର ପିଜା ବର୍ଗର ଖାଇ ପେଟ ବଢାଉଥିବା କହି ପ୍ରବଳ ଗାଳି କରିଥିଲେ । ଏବେ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ପାକ୍ କ୍ରିକେଟ୍ ଦଳର ସେହି ଫ୍ୟାନଙ୍କ ଭିଡିଓ ସାମ୍ନାକୁ ଆସିଛି ।

 ଦେଖନ୍ତୁ ୨୦୧୯ ବିଶ୍ୱକପ୍ ପରାଜୟ ପରେ କେମିତି ପାକିସ୍ତାନ କ୍ରିକେଟରଙ୍କୁୁ ଗାଳି କରୁଥିଲେ ଏହି ଫ୍ୟାନ୍ ଜଣଙ୍କ ।

ଆଜି ଠାରୁ ଟି-୨୦ ବିଶ୍ୱକପର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେଉଛି । ସଜେଇ ହେଉଛି ଦୁବାଇ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ସାଉଥ ଆଫ୍ରିକା । ଅବୁଧାବି ଷ୍ଟାଡିୟମରେ ଖେଳାଯିବ ଏହିି ମ୍ୟାଚ । ତେବେ ଏହାର ଗୋଟିଏ ଦିନ ପରେ ଦୁବାଇ ଇଂଟରନ୍ୟାସନାଲ ଷ୍ଟାଡିୟମରେ ସଂନ୍ଧ୍ୟା ୬ ଟାରେ ନିଜର ପାରମ୍ପାରିକ ପ୍ରତିନ୍ଦ୍ୱନ୍ଦି ପାକିସ୍ତାନ ଠାରୁ ନିଜର ଅଭିଯାନ ଆରମ୍ଭ କରିବ ଭାରତ । ଆଉ ଏହି ହାଇଭୋଲଟେଜ ମ୍ୟାଚ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ତେବେ କିପରି ଖେଳାଳି ଏବଂ ଦର୍ଶକ ମାନଙ୍କୁ ସବୁପ୍ରକାର ସୁବିଧା ମିଳିପାରିବ ଏନେଇ ଲାଗିପଡିଛନ୍ତି ଷ୍ଟାଡିୟମ କର୍ତୃପକ୍ଷ । ତେବେ ଏହି ମ୍ୟାଚ ପାଇଁ ଷ୍ଟାଡିୟମରେ ଭାରି ଭିଡ ହେବା ଆଶା କରାଯାଉଛି ।