କନକ ବ୍ୟୁରୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଲଗାତାର ଚୀନଠୁ ଋଣ ନେଇ ଚାଲିଛି । ଜୁନ୍ ୨୨ ତାରିଖରେ ପାକିସ୍ତାନ ଚୀନଠାରୁ ୨.୩ ମିଲିଅନ୍ ଡଲାରର ଋଣ ନେଇ ପରିଶୋଧ କରିପାରୁନାହିଁ । ତେଣୁ ଋଣ ସୁଝିବାକୁ ବାରମ୍ବାର ପାକିସ୍ତାନ ଉପରେ ଚାପ ପକାଉଛି ଚୀନ୍ । ତେଣୁ ଏବେ ବାଧ୍ୟ ହୋଇ ଋଣ ସୁଝିବାକୁ ପାକ୍ ଅଧିକୃତ କାଶ୍ମୀରର ଗିଲଗିଟ୍ ବାଲିଷ୍ଟାନକୁ ଚୀନକୁ ବିକିଦେବ ପାକିସ୍ତାନ ।
ଅଲ୍ ଅରବିଆରେ ପ୍ରକାଶିତ ଖବର ଅନୁଯାୟୀ, କାରାକୋରମ ଜାତୀୟ ଆନ୍ଦୋଳନର ଅଧ୍ୟକ୍ଷ ମୁମତାଜ ନଗରୀ ଆଶଶଙ୍କା ପ୍ରକାଶ କରିଛନ୍ତି ଯେ, ଅବହେଳିତ ହୋଇ ରହିଥିବା ଗିଲଗିଟ ଭବିଷ୍ୟତରେ ରଣକ୍ଷେତ୍ରରେ ପରିଣତ ହୋଇପାରେ । ସେ କହିଛନ୍ତି ପାକିସ୍ତାନ ପାକିସ୍ତାନ, ଗିଲଗିଟ୍ ବାଲିଷ୍ଟାନକୁ ଚୀନ ହାତରେ ଟେକିଦେବାର ଯଥେଷ୍ଟ ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/11-21.jpg)