ଆତଙ୍କବାଦୀଙ୍କ ପାଖରେ ଆମେରିକୀୟ ଏମ୍ ୪ ସ୍ନାଇପର୍ ! ପାକିସ୍ତାନ ସେନାକୁ ମିଳିଥିବା ଆମେରିକୀୟ ସ୍ନାଇପର୍ ରାଇଫଲ୍ ଏମ୍ ୪ କୁ ବ୍ୟବହାର କରୁଛନ୍ତି ଜୈସ୍ ଆତଙ୍କବାଦୀ ।

723

କାଶ୍ମୀର ଘାଟିରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ଡରକୁ ପ୍ରସାରିତ କରିବା ପାଇଁ ପାକିସ୍ତାନ ଏମ୍ ୪ ସ୍ନାଇପରର ବ୍ୟବହାର କରୁଛି । ଶୁକ୍ରବାର ବଡଗାମ୍ ରେ ହୋଇଥିବା ସିଜଫାୟାର ଉଲ୍ଲଘଂନ ପରେ ହୋଇଥିବା ଫାୟାରିଙ୍ଗ୍ ରେ ଭାରତୀୟ ସେନାର ଯବାନ ଦୁଇ ଆତଙ୍କୀକୁ ମାରି ଗଡାଇ ଦେଇଥିଲେ । ତେବେ ଏହି ଦୁଇ ଆତଙ୍କୀ ଜୈସ୍-ଏ-ମହମ୍ମଦ ସହ ଜଡିତ ବୋଲି ଭାରତୀୟ ସେନା କହିଛି । ଏମ୍ ୪ ସ୍ନାଇପରର ବ୍ୟବହାର ଆମେରିକା ମିଲିଟ୍ରି ବ୍ୟବହାର କରିଥାଏ । ଆମେରିକା ଏମ୍ ୪ ରାଇଫଲର ବ୍ୟବହାର ପାକ୍ ଆର୍ମିକୁ ଦେଇଛି । କିନ୍ତୁ କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ପାଖରୁ ଏହି ରାଇଫେଲ୍ ମିଳିବା ପରେ ପାକିସ୍ତାନ ସୁରକ୍ଷା ଏଜେନ୍ସୀ ଏବଂ ଆଇଏସଆଇ ଭିତରେ କ’ଣ ସଂବନ୍ଧ ରହିଛି ତାହା ଜଣାପଡିଛି ।

ଏହି ରାଇଫଲର ବ୍ୟବହାର ଆଫଗାନିସ୍ତାନର ତାଲିବାନ୍ ରେ ଲଢୁଥିବା ନାଟୋ ବଳଦ୍ୱାରା କରାଯାଏ । ଏହା ଆମେରିକାର ଗ୧୬ଇ୨ ଅସାଲ୍ଟ ରାଇଫଲର ଛୋଟ ଏବଂ ହାଲୁକା ଭର୍ସନ । ଏହି ବନ୍ଧୁକର ବେରଲ ୧୪.୫ ଇଞ୍ଚ ।