ମୁସାରଫଙ୍କ ଫାଶୀ ଦଣ୍ଡାଦେଶକୁ ରଦ୍ଦ କଲେ ଲାହୋର କୋର୍ଟ । ଦେଶଦ୍ରୋହ ମାମଲାରେ ଫଶିଛନ୍ତି ମୁସାରଫ୍

326

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ଫାଶିଦଣ୍ଡାଦେଶକୁ ରଦ୍ଦ କରିଛନ୍ତି ଲାହୋର କୋର୍ଟ । ସୋମବାର ଲାହୋର ହାଇକୋର୍ଟ ମୁସାରଫଙ୍କ ଆବେଦନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି । ଏଥିସହ ମୁସାରଫଙ୍କୁ ଦଣ୍ଡାଦେଶ ଶୁଣାଇଥିବା ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ନେଇ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଫାଶିଦଣ୍ଡାଦେଶକୁ ବେଆଇନ କହିବା ସହ ଲାହୋର କୋର୍ଟ, ଆଇନ ଅନୁଯାୟୀ ମୁସାରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲର ଶୁଣାଣି ହୋଇନାହିଁ ବୋଲି କହିଛନ୍ତି ।

source : www.livemint.com

ପାକିସ୍ତାନର ପୂର୍ବତନ ଏକଛତ୍ରବାଦୀ ସୈନ୍ୟ ଶାସକ ପରଭେଜ ମୁସାରଫଙ୍କୁ ଦେଶଦ୍ରୋହୀ ମାମଲାରେ ଡିସେମ୍ବର ୧୭ ତାରିଖରେ ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ ଫାଶିଦଣ୍ଡାଦେଶ ଶୁଣାଇଥିଲେ । ଏହି ରାୟକୁ ଚାଲେଞ୍ଜ କରି ଲାହୋର ହାଇକୋର୍ଟ ଯାଇଥିଲେ ପରଭେଜ ମୁସାରଫ ।