ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଲା। ମାର୍ଚ୍ଚ ୨୯ ମଧ୍ୟରେ ଇମ୍ରାନଙ୍କୁ ଗିରଫ କରିବାକୁ କୋର୍ଟ ଦେଲେ ନିର୍ଦ୍ଦେଶ।

110

କନକ ବ୍ୟୁରୋ: ମାର୍ଚ୍ଚ ୨୯ ମଧ୍ୟରେ  ଇମ୍ରାନଙ୍କୁ ଗିରଫ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଛା ଛାଡୁନି ସମସ୍ୟା । ପୂର୍ବରୁ ଅନେକ ବିବାଦ ଭିତରେ ଫଶି ରହିଥିବା ଇମ୍ରାନଙ୍କ ନାଁରେ ପୁଣି ଥରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି । କୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ ।

ଇସଲାମାବାଦ ଜିଲ୍ଲା କୋର୍ଟରେ ମହିଳା ବିଚାରପତି ଜୈବା ଚୌଧୁରୀଙ୍କୁ ଓ କିଛି ବରିଷ୍ଠ ପୁଲିସ ଅଧିକାରୀଙ୍କୁ ବିରୋଧରେ ଧମକପୂର୍ଣ୍ଣ ଭାଷଣ ଦେବା ଘଟଣାରେ ଏହି ଗିରଫ ଫରୱାନା ଜାରି କରାଯାଇଛି । ମାର୍ଚ୍ଚ ୨୯ ଭିତରେ ଇମ୍ରାନଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ମିଳିବା ପରେ ଇମ୍ରାନଙ୍କୁ ଗିରଫ କରିବା ପାଇଁ ଲାହୋର ଅଭିମୁଖେ ଯାତ୍ରା କରିଛି ଇସଲାମାବାଦ ପୁଲିସ ।