କାଙ୍ଗାଳର ଚରମ ସୀମାରେ ପହଞ୍ଚିଲା ପାକିସ୍ତାନ। ଭୋକ ବିକଳରେ ଦୋକାନରୁ ଅଟା, ଚାଉଳ ଚୋରୀ କଲେ ଲୋକ । 

1,198

ପାକିସ୍ତାନର ଆର୍ଥୀକ ସ୍ଥିତି ଅସମ୍ଭାଳ ହୋଇ ପଡିଛି । ପ୍ରତ୍ୟେକ ଜିନିଷର ଚାହିଦା ଏବେ ଖୁବ୍ ବଢିଯାଇଛି । ଭୋକରୁ ବଂଚିବା ପାଇଁ ଦୋକାନରୁ ଅଟା, ଡାଲି, ମସଲା ଓ ଚାଉଳ ଲୁଟିବା ଆରମ୍ଭ କରି ଦେଇଛନ୍ତି ଲୋକେ। ପାକିସ୍ତାନର ସବୁଠାରୁ ବଡ ସହର କରାଚୀରେ କିଛି ଲୋକେ ଏକ କୀରାଣୀ ଦୋକାନରୁ ଅଟା , ଡାଲି ପରି ଜିନିଷ ଚୋରୀ କରୁଥିବା ବେଳେ ଧରାପଡିଛନ୍ତି । ଚୋରୀ ପାଇଁ ଏହି ଲୋକମାନେ କ୍ଷମା ମାଗିବା ସହ ବାଧ୍ୟରେ ଏଭଳି କାମ କରିଥିବା କଥା ସ୍ୱୀକାର କହିଛନ୍ତି । ତେବେ ଦୋକାନୀ ମଧ୍ୟ ଲୋକଙ୍କ ପରିସ୍ଥିତିକୁ ବୁଝି ଏଭଳି ଆଗରୁ କେବେ ହୋଇନଥିବା କଥା କହିଛନ୍ତି ।

ତେବେ ଖାଲି କରାଚୀ ନୁହଁ ଏକ ରିପୋର୍ଟ ମୁତାବକ , ପାକିସ୍ତାନର ବିଭିନ୍ନ ସହରରେ ଏହିପରି ଲୁଟ ହେଉଥିବା ଜଣାପଡିଛି । ରାସ୍ତାରେ ଚାଲୁଥିବା ଲୋକଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ ମାନଙ୍କରେ ଏହିପରି ପରିସ୍ଥିତି ଦେଖିବାକୁ ମିଳୁଛି। ଶରିଫାବାଦର ଜଣେ ଦୋକାନୀଙ୍କ କହିବା ଅନୁଯାୟୀ, ରବିବାର ଦୁଇଜଣ ବ୍ୟକ୍ତି ମଟରସାଇକେଲରେ ଆସି ଦୋକାନରୁ ଲୁଟିବା ଆରମ୍ଭ କରିଥିଲେ । ଦୁର୍ବୃତ୍ତ ଦଶ କିଲୋ ଅଟା , ଚାଉଳ, ବିଭିନ୍ନ ପ୍ରକାର ଡାଲି ଓ ୫ କିଲୋ ମସଲା ପକେଟ ଚୋରୀ କରିଥିଲେ। ଜଣେ ସେଲସମ୍ୟାନଙ୍କୁ ମଧ୍ୟ ମାରପିଟ କରି ତାଙ୍କ ମୋବାଇଲ ଛଡାଇ ନେଇଥିଲେ ଦୁର୍ବୃତ୍ତଏବଂ ଧରା ପଡିବା ପରେ ଭୁଲ ମଧ୍ୟ ମାଗିଥିଲେ । ପରିସ୍ଥିତି ତାଙ୍କୁ ଚୋରୀ କରିବାକୁ ବାଧ୍ୟ କରିଥିବା କଥା ମଧ୍ୟ ସେ କହିଥିଲେ । ଏଥିରୁ ଜଣାପଡୁଛି ଯେ ପାକ୍ ର ଆର୍ଥୀକ ପରିସ୍ଥିତି କେତେ ଶୋଚନୀୟ ।