ପାକିସ୍ତାନୀ ଉଡ଼ାଇଲେ ତ୍ରିରଙ୍ଗା ପତାକା। ଅଭିନେତା ସାୟାନ ଅଲ୍ଲୀ ଗାଇଲେ, ସାରେ ଜାହାଁସେ ଅଚ୍ଛା ।

ପାକିସ୍ତାନୀ ଉଡ଼ାଇଲେ ତ୍ରିରଙ୍ଗା ପତାକା। ଅଭିନେତା ସାୟାନ ଅଲ୍ଲୀ ଗାଇଲେ, ସାରେ ଜାହାଁସେ ଅଚ୍ଛା ।

କନକ ବ୍ୟୁରୋ: ପାକିସ୍ତାନୀ ଉଡ଼ାଇଲେ ତ୍ରିରଙ୍ଗା । ଭାରତର ଗଣତନ୍ତ୍ର ଦିବସ ଅବସରରେ ଆମେରିକାରୁ ଆସିଛି ଏଭଳି କିଛି ଚିତ୍ର । ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ପାକିସ୍ତାନର ମୂଳ ବାସିନ୍ଦା ସାୟାନ ଅଲ୍ଲି, ତ୍ରିରଙ୍ଗା ପତାକା ଉଡ଼ାଇବା ସହ ସାରେ ଜାହାଁସେ ଅଚ୍ଛା, ହିନ୍ଦୁସ୍ତାଁ ହମାରା ଗୀତ ଗାଇଛନ୍ତି । ପାକିସ୍ତାର ମୂଳ ବାସିନ୍ଦା ହୋଇଥିବା ସତ୍ୱେ ଭାରତ ପ୍ରତି ତାଙ୍କର ଭଲପାଇବା ରହିଛି ବୋଲି ସେ କହିଛନ୍ତି ।

ଏମିତି କି ଭାରତର ଗୁଣଗାନ କରୁଥିବାରୁ ତାଙ୍କୁ ପାକିସ୍ତାନରେ ରହିବା ସମ୍ଭବ ହୋଇନଥିଲା । ଫଳରେ ସେ ଏବେ ଆମେରିକାରେ ରହୁଛନ୍ତି । ଆମେରିକାରେ ଥିଲେ ବି ଗଣତନ୍ତ୍ର ଦିବସର ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାୟାନ ଅଲ୍ଲି । ସାୟାନ ଅଲ୍ଲୀ ପେଶାରେ ଜଣେ ଅଭିନେତା । ମଞ୍ଚ ଅଭିନୟ କ୍ଷେତ୍ରରେ ସେ ବେଶ ପରିଚିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe