ଫେବୃୟାରୀ ୧୪ ତାରିଖର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ରୁ ଅଧିକ ସିଆରପିଏଫ୍ ଯବାନ ସହିଦ୍ ହୋଇଗଲେ । ଏହି ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ କରିଥିବା ସ୍ୱୀକାର କରିଥିଲା । ଏହାପରେ ଫେବୃୟାରୀ ୨୬ ତାରିଖରେ ସକାଳ ୩.୩୦ ସମୟରେ ଭାରତ ତରଫରୁ ପ୍ରତିକ୍ରିୟା ଜାହିର କରି ପାକିସ୍ତାନରେ ମିରାଜ ୨୦୦୦ ଲଢୁଆ ବିମାନର ଏକ ଗ୍ରୁପ୍ ସୀମା ନିକଟରେ ଥିବା କିଛି ଆତଙ୍କବାଦୀ କ୍ୟାମ୍ପରେ ବୋମା ବିସ୍ଫୋରଣ କରି ୨୦୦ ରୁ ୩୦୦ ଯବାନଙ୍କୁ ମାରି ଗଡାଇଥିଲେ । ଏହାପରେ ଭାରତରେ ଉତ୍ସବର ମାହୋଲ୍ ଦେଖାଗଲା କିନ୍ତୁ ପରଦିନ ହିଁ ପାକିସ୍ତାନ ତରଫରୁ ଗଣମାଧ୍ୟମରେ ପ୍ରସାର ହେଲା ଯେ ଭାରତର ଦୁଇ ମିଗ୍ ବିମାନ ପାକିସ୍ତାନ ସେନା ଧ୍ୱସଂ କରିଛି । ଯାହାର ଜବାବରେ ଭାରତ ଏହି ଖବରକୁ ସିଧାସିଧା ମନା କରିଦେଇଥିଲା । ଏହାପରେ ପାକିସ୍ତାନ ତରଫରୁ ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କ ଏକ ଭିଡିଓ ଭାଇରାଲ୍ ହେଲା । ଯାହାପରେ ଏକଥା ସରକାରଙ୍କ ତରଫରୁ ସ୍ପଷ୍ଟ ହେଲା ଯେ ଭାରତର ଜଣେ ପାଇଲଟ୍ ପାକିସ୍ତାନ କବଳରେ ଫସି ଯାଇଛନ୍ତି ।
ପୁଲୱାମା ଆକ୍ରମଣ ପରେ ଇଣ୍ଡିଆନ୍ ଏୟାରଫୋର୍ସ ବନାମ ପାକିସ୍ତାନ ଏୟାରଫୋର୍ସ ଭିତରେ ଯୁଦ୍ଧ ଚାଲିଛି । କିନ୍ତୁ ସବୁଠାରୁ ମଜା କଥା ହେଉଛି ଭାରତୀୟ ବାୟୁସେନା ତ ଭାରତବାସୀଙ୍କ ପ୍ରିୟ କିନ୍ତୁ ପାକିସ୍ତାନ ବି ଏବେ ଭାରତୀୟ ବାୟୁସେନାକୁ ପସନ୍ଦ କଲାଣି । ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନର ଲୋକମାନେ ପାକିସ୍ତାନ ଏୟାରଫୋର୍ସ ଅପେକ୍ଷା ଇଣ୍ଡିଆନ୍ ଏୟାରଫୋର୍ସଙ୍କ ବିଷୟରେ ଅଧିକ ପଢୁଛନ୍ତି । କେବଳ ଏତିକି ନୁହଁ ଯେଭଳି ଦ୍ରୁତମାତ୍ରାରେ ପାକିସ୍ତାନୀମାନେ ଭାରତୀୟ ବାୟୁସେନା ଏବଂ ସ୍ଥଳସେନା ବିଷୟରେ ଗୁଗୁଲରେ ସର୍ଚ୍ଚ କରି ପଢୁଛନ୍ତି ତାହା ପାକିସ୍ତାନ ଆର୍ମି ଏବଂ ଏୟାରଫୋର୍ସଠାରୁ ଖୁବ୍ ଅଧିକ । କିଛି ୱେବସାଇଟ୍ ରହିଛି ଯାହା ଏହି ଡାଟାକୁ ବାହାର କରିଥାଏ । ଲୋକମାନେ କେଉଁ ବିଷୟ ଉପରେ ଅଧିକ ସର୍ଚ୍ଚ କରନ୍ତି ତାହାକୁ କେତେ ସମୟ ଦେଖନ୍ତି ତଥା ପଢନ୍ତି ଇତ୍ୟାଦି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/Google-Reveals-Top-Search-Trends-for-Pakistan-During-2016.jpg)
/kanak/media/post_attachments/wp-content/uploads/2019/03/62147-qrvpfadmfr-1499081301-300x158.jpg)
/kanak/media/post_attachments/wp-content/uploads/2019/03/f21-lockheed-martin-300x175.jpg)